ପ୍ରିୟଙ୍କା-ନିକ୍ଙ୍କ ନିର୍ବନ୍ଧରେ କଟା ଯାଇଥିବା କେକ୍ରେ ଲାଗିଥିଲା ୨୪କ୍ୟାରେଟ୍ ସୁନା,ଅଧିକ ଓଜନ ଥିବାରୁ ବୋହିଥିଲେ ୩ ସହାୟକ
ମୁମ୍ବାଇ : ଶନିବାର ବଲିଉଡ୍ର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଏବଂ ନିକ୍ ଜୋନ୍ସଙ୍କ ନିର୍ବନ୍ଧ ସଂପନ୍ନ ହୋଇଥିଲା । ନିର୍ବନ୍ଧ ପରେ ତାଙ୍କ ଭଉଣୀ ପରିଣୀତିଙ୍କ ଭାବୁକ ଭରା ଟ୍ଵିଟ୍ ସାମ୍ନାକୁ ଆସିଥିବା ବେଳେ ଏବେ କଟା ଯାଇଥିବା କେକ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଫ୍ଲୋରାଲ ଡ଼ିଜାଇନ୍ର ଏହି କେକ୍ର ସୌନ୍ଦର୍ଯ୍ୟ ବଢ଼ାଇବା ପାଇଁ ଏଥିରେ ୨୪କ୍ୟାରେଟ୍ର ସୁନା ଲଗାଯାଇଥିବା ସୂଚନା ମିଳିଛି ।
Sambad is now on WhatsApp
Join and get latest news updates delivered to you via WhatsApp
କଟା ଯାଇଥିବା ଏହି କେକ୍ର ଓଜନ ୧୫କିଲୋ ହୋଇଥିବା ସହ ଏହାକୁ ଆଣିବା ପାଇଁ ୩ ଜଣ ଲୋକ ଲାଗିଥିଲେ ବୋଲି ସୂଚନା ମିଳିଛି । କେକ୍ରେ ସୁନାର ପତ୍ର ଲାଗିଥିବା ବେଳେ ଫ୍ଲୋରାଲ ଡ଼ିଜାଇନ୍ ଏହାର ଆକର୍ଷଣକୁ ଆହୁରି ବଢ଼ାଇ ଦେଇଥିଲା । ଅଗଷ୍ଟ ୧୮ରେ ଦୁଇ ଜଣଙ୍କର ନିର୍ବନ୍ଧ ହୋଇଥିବା ବେଳେ ନିକ୍ଙ୍କ ପୂରା ପରିବାର ମୁମ୍ବାଇରେ ପହଞ୍ଚିଥିଲେ । ଶନିବାର ନିର୍ବନ୍ଧ ସରିବା ପରେ ରବିବାର ନିକ୍ ଏବଂ ତାଙ୍କ ପରିବାର ଆମେରିକା ଫେରିଥିବା ଜଣାପଡ଼ିଛି ।