୨୨ ବର୍ଷ ତଳର ଏହି ଭୁଲ୍‌ ପାଇଁ ସନ୍ନି ଦେଓଲ ଓ କରିଶ୍ମା କପୁରଙ୍କ ଉପରେ ଜରିମାନା ଲଗାଇଲା ରେଳବାଇ

ମୁମ୍ବାଇ: ୨୨ ବର୍ଷ ତଳେ ରେଳବାଇର ଏକ ନିୟମ ଭଙ୍ଗ କରି ଅଡୁଆରେ ପଡ଼ିଛନ୍ତି ଅଭିନେତାରୁ ରାଜନେତା ପାଲଟିଥିବାସନ୍ନି ଦେଓଲ ଓ ନବେ ଦଶକର ଲୋକପ୍ରିୟ ଅଭିନେତ୍ରୀ କରିଶ୍ମା କପୁର। ଫିଲ୍ମ ‘ବଜରଙ୍ଗ’ ସୁଟିଂ ବେଳେ ଏହି ଦୁଇ ଜଣ ଟ୍ରେନ୍‌ ଭିତରେ ପଶି ଟ୍ରେନ୍‌ ଚେନ୍‌ ଟାଣିଥିବା କାରଣରୁ ତାଙ୍କ ଉପରେ ଜରିମାନା କରାଯାଇଛି।

୧୯୯୭ ମସିହାରେ ଆଜମେର୍‌ର ଫୁଲେରାସ୍ଥିତ ସାନଭରଦାରେ ‘ବଜରଙ୍ଗ’ ସୁଟିଂ ହେଉଥିଲା। ଅଭିଯୋଗ ରହିଛି ଯେ କରିଶ୍ମା ଏବଂ ସନ୍ନି ୨୪୧୩-ଏ ଅପ୍‌ଲିଙ୍କ୍‌ ଏକ୍ସପ୍ରେସ୍‌ର ଜରୁରିକାଳୀନ ଚେନ୍‌କୁ ଫିଲ୍ମ ସୁଟ୍‌ ପାଇଁ ଟାଣିଥିଲେ। ଫଳରେ ଟ୍ରେନ୍‌ଟି ଅଟକି ଯାଇଥିଲା ଓ ଯାତ୍ରୀମାନେ ୨୫ ମିନିଟ୍‌ ପର୍ଯ୍ୟନ୍ତ ଅଟକି ରହିଥିଲେ।

Hindustan Times

ପୂର୍ବରୁ ୨୦୦୯ ମସିହାରେ ଏହି ଦୁଇ କଳାକାରଙ୍କ ନାମରେ ସମାନ ଅଭିଯୋଗ ଆସିଥିଲା। ସନ୍ନି ଓ କରିଶ୍ମା ଏହାକୁ ଚ୍ୟାଲେଞ୍ଜ କରି ୨୦୧୦ ମସିହାରେ ନିଜକୁ ମୁକ୍ତ କରିଥିଲେ। ମାତ୍ର ସେପ୍ଟେମ୍ବର ୧୭ ତାରିଖରେ ପୁଣି ଥରେ ଏହି ଦୁଇ ତାରକାଙ୍କ ବିରୋଧରେ ମାମଲା ରୁଜ୍ଜୁ ହୋଇଛି।

ସମ୍ବନ୍ଧିତ ଖବର