ହାପି ନ୍ୟୁ ଇୟର୍‌ର ସ୍ମୃତି ବଖାଣିଲେ ଅଭିଷେକ ବଚ୍ଚନ

୨୦୧୪ ମସିହାରେ ସୁଟ୍‌ ହୋଇଥିବା ‘ହାପି ନ୍ୟୁ ଇୟର’ ଫିଲ୍ମର ସ୍ମୃତି ସେୟାର କରିଛନ୍ତି ଅଭିନେତା ଅଭିଷେକ ବଚ୍ଚନ। ସେ ଇନ୍‌ଷ୍ଟାଗ୍ରାମ୍‌ରେ ତାଙ୍କର ବଲିଉଡ୍‌ରେ ୨୦ବର୍ଷର ଯାତ୍ରାକୁ ଡକ୍ୟୁମେଣ୍ଟ କରୁଥିବା ବେଳେ ସୁଟିଂ ସମୟର କିଛି ମିଠା ସ୍ମୃତି ସେୟାର କରୁଛନ୍ତି। ସେଇ ଫିଲ୍ମ ସୁଟିଂ ସମୟରେ ସେମାନେ ଏକ ବଡ଼ ପରିବାର ଭଳି ରହୁଥିଲେ। ଦୁବାଇରେ ଆଟଲାଣ୍ଟିସ ହୋଟେଲରେ ହୋଇଥିବା ଆଉଟଡୋର୍‌ ସୁଟିଂ ବେଳେ ତାହା ତାଙ୍କୁ କଲେଜ୍‌ର ସ୍ମୃତି ମନେ ପକେଇ ଦେଇଥିବା ବେଳେ ଫାର୍‌ହା ତାଙ୍କର ପ୍ରଧାନ ଶିକ୍ଷୟିତ୍ରୀ ଥିବା ଭଳି ଲାଗିଥିଲା। କେତେବେଳେ ସୁଟିଂ ଆରମ୍ଭ ହେଲା ଓ ଶେଷ ହେଲା, ତାହା ତାଙ୍କୁ ଜଣା ପଡ଼ିନଥିଲା ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର