ପ୍ରବାସୀ ଏବେ ପୁଣି ସହରମୁହାଁ: ଉତ୍ତରପ୍ରଦେଶ, ବିହାରରୁ ଫେରିଲେ ପ୍ରବାସୀ

ନୂଆଦିଲ୍ଲୀ: ପ୍ରବାସୀମାନେ ଏବେ ଗାଁରୁ ପୁଣି ସହରମୁହାଁ ହେଲେଣି। ଲକ୍‌ଡାଉନ୍‌ ଯୋଗୁଁ ଘର ବାହୁଡ଼ା ହୋଇଥିବା ହଜାର ହଜାର ପ୍ରବାସୀ ଏବେ ପୁଣି କାର୍ଯ୍ୟକ୍ଷେତ୍ରକୁ ଫେରିଲେଣି। ମୁମ୍ବାଇ, ଅହମଦାବାଦ୍‌, ଅମୃତସର, ହାୱଡ଼ା, ଦିଲ୍ଲୀ ଏବଂ ସିକନ୍ଦରାବାଦ୍‌ ଅଭିମୁଖେ ଯାତ୍ରା କରୁଥିବା ସ୍ପେସାଲ୍‌ ମେଲ୍‌ ଏବଂ ‌ଏକ୍ସପ୍ରେସ୍‌ ଟ୍ରେନ୍‌ରେ ଏହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି। ଉତ୍ତରପ୍ରଦେଶ ଏବଂ ବିହାରରୁ ପ୍ରବାସୀ ଶମ୍ରିକମାନେ ଏହିସବୁ ଟ୍ରେନ୍‌ ଯୋଗେ ସେମାନଙ୍କ କାର୍ଯ୍ୟକ୍ଷେତ୍ରକୁ ଫେରିଛନ୍ତି। ଜୁନ୍‌ ୨୬ରୁ ୩୦ ତାରିଖ ମଧ୍ୟରେ ଉପରୋକ୍ତ ସହରଗୁଡ଼ିକୁ ଚାଲିଥିବା ସ୍ପେସାଲ୍‌ ଏବଂ ଏକ୍ସପ୍ରେସ୍‌ ଟ୍ରେନ୍‌ରେ ୧୦୦ ପ୍ରତିଶତ ଯାତ୍ରୀ ଯାଇଥିଲେ। ଆହୁରି ଅନେକ ୱେଟିଂ ଲିଷ୍ଟ୍‌ରେ ଅଛନ୍ତି ବୋଲି ରେଳ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

ଏଥିରୁ ଜଣାପଡ଼ୁଛି ଯେ ଗାଁକୁ ଯାଇଥିବା ପ୍ରବାସୀମାନେ ଏବେ ପୁଣି ରୋଜଗାର ପାଇଁ ସହରମୁହାଁ ହେଲେଣି। ଜୀବନ ଏବଂ ଜୀବିକା ମଧ୍ୟରେ ସଂଘର୍ଷ ଭିତରେ ଲୋକେ ଜୀବନ ସହ ଜୀବିକା ବଞ୍ଚାଇବାପାଇଁ ଉଦ୍ୟମ ଜାରି ରଖିଛନ୍ତି। ତେବେ ପ୍ରବାସୀ ଫେରିବା ସହ କରୋନା ନିୟନ୍ତ୍ରଣ ପାଇଁ ଅଧିକ ସଚେତନ ହେବାକୁ ପଡ଼ିବ ବୋଲି କୁହାଯାଇଛି। ତଥ୍ୟ ଅନୁଯାୟୀ ୬୪ ଟି ଟ୍ରେନ୍‌ ଏନେଇ ସମ୍ପୂର୍ଣ୍ଣ ବୁକ୍‌ ହୋଇଛି। ପ୍ରବାସୀମାନେ କାର୍ଯ୍ୟକ୍ଷେତ୍ରକୁ ଫେରିବାଦ୍ବାରା ଶିଳ୍ପସଂସ୍ଥା ପାଇଁ ଏକ ବଡ଼ ଆଶ୍ବସ୍ତି ହୋଇଛି। ବିହାର ଏବଂ ଉତ୍ତରପ୍ରଦେଶରେ ମନରେଗା ଯୋଜନା ଅଧୀନରେ ନିଯୁକ୍ତି ସୁଯୋଗ ବଢ଼ିଥିଲେ ମଧ୍ୟ ଅଧିକାଂଶ ଶ୍ରମିକ କରୋନା ଭାଇରସ୍‌ ପାଇଁ ଘରେ ରହିବାକୁ ପସନ୍ଦ କରୁଛନ୍ତି।

ସମ୍ବନ୍ଧିତ ଖବର