ଅକ୍ଷୟ, ଆମୀର ଏବଂ ସଲମାନଙ୍କ ମଧ୍ୟରୁ ଅକ୍ଷୟଙ୍କୁ ମୋଦୀଙ୍କ ସାକ୍ଷାତକାର ନେବା ପାଇଁ ବଛା ଯାଇଥିଲା, ଏହା ଥିଲା କାରଣ
ମୁମ୍ବାଇ : କିଛି ଦିନ ତଳେ ବଲିଉଡ୍ ଅଭିନେତା ଅକ୍ଷୟ କୁମାର ପ୍ରଧାନମନ୍ତ୍ରୀ ମୋଦୀଙ୍କର ଅଣରାଜନୈତିକ ସାକ୍ଷାତକାର ନେଇଥିବାର ଭିଡିଓ ସାମ୍ନାକୁ ଆସିଥିଲେ । ଏହି ସାକ୍ଷାତକାରରେ ମୋଦୀଜୀ ରାଜନୀତିକୁ ଛାଡ଼ି ନିଜର ଅନ୍ୟ ବ୍ୟକ୍ତିଗତ ଜିନିଷକୁ ନେଇ କଥାବାର୍ତ୍ତା ହୋଇଥିଲେ । ଏହି ସାକ୍ଷାତକାର ପରେ ମୋଦୀଜୀଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ତାଙ୍କ ସମର୍ଥକମାନେ ଅନେକ କିଛି ଜାଣିବାକୁ ପାଇଥିଲେ । ତେବେ ସାକ୍ଷାତକାରେ ପରେ ସାମ୍ନାକୁ ଆସିଥିବା ଜିନିଷକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଏବେ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ମୋଦୀଜୀଙ୍କ ସାକ୍ଷାତକାର ନେବା ପାଇଁ ବଲିଉଡ୍ର ୩ଟି କଳାକାର ଆମୀର୍ ଖାନ୍, ସଲମାନ୍ ଖାନ୍ ଏବଂ ଅକ୍ଷୟ କୁମାରଙ୍କ ନାଁ ଅଲୋଚନାକୁ ନିଆ ଯାଇଥିଲା । ଶେଷରେ ଅନେକ ଆଲୋଚନା ପରେ ଅକ୍ଷୟ କୁମାରଙ୍କୁ ସାକ୍ଷାତକାର ନେବାର ସୁଯୋଗ ମିଳିଥିଲା । ଅକ୍ଷୟ କୁମାରଙ୍କ ତୁଳନାରେ ସଲମାନ୍ ଏବଂ ଆମୀରଙ୍କର ଜାତୀୟବାଦୀ ଭାବମୂର୍ତ୍ତି ରହିନାହିଁ । ଅକ୍ଷୟ ନିଜ ଫିଲ୍ମ ଜରିଆରେ ଲୋକମାନଙ୍କୁ ଭଲ ବାର୍ତ୍ତା ଦେଇ ପରିବର୍ତ୍ତନ ଆଣିବା ପାଇଁ ଚେଷ୍ଟା କରିଥିବାରୁ ତାଙ୍କୁ ଏହି ସାକ୍ଷାତକାର ନେବାର ସୁଯୋଗ ମିଳିଲା ବୋଲି ଜଣାପଡ଼ିଛି ।