ଦିନେ ଟିଭିରେ ରାଜ୍ କରୁଥିବା ୩ଫୁଟର ଗବରାଲକୁ ମନେ ରଖିଛନ୍ତି ତ? ଜାଣନ୍ତୁ କିଭଳି ଦୁଇ ଗଣ ବଡ଼ ଯୁବତୀଙ୍କୁ ସେ ପ୍ରେମ ବିବାହ କରିଥିଲେ
ମୁମ୍ବାଇ: ଉଚ୍ଚତା କମ ହୋଇଥିଲେ ମଧ୍ୟ ନିଜ ଅଭିନୟ ପାଇଁ ସେ ଅନେକ ବଡ଼ ବଡ଼ ସଫଳତା ହାସଲ କରିଛନ୍ତି। ଗୁଟରଗୁ ଓ ବିକରାଲ ଗବରାଲ ଭଳି ଧାରାବାହିକରେ ନଜର ଆସି ସେ ନିଜର ସ୍ବତନ୍ତ୍ର ପରିଚୟ ତିଆରି କରିଥିଲେ। କେବଳ ଧାରାବାହିକ ନୁହେଁ ଅନେକ ଫିଲ୍ମରେ ମଧ୍ୟ ନଜର ଆସିଥିଲେ ୩ଫୁଟର କେବେ ଗୋସ୍ବାମୀ। ଏବେ ସେ ମୁମ୍ବାଇରେ ରହୁଥିବା ସହ ହସଖୁସିରେ ନିଜର ବୈବାହିକ ଜୀବନ ବିତାଉଥିବା ଜଣା ପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
ତେବେ ଦେଖିବାକୁ ଗଲେ କେକେଙ୍କ ଉଚ୍ଚତା ୩ଫୁଟ୍ ହୋଇଥିବା ବେଳେ ତାଙ୍କ ପତ୍ନୀ ପିକୁଙ୍କ ଉଚ୍ଚତା ୫ଫୁଟ୍ ବୋଲି ଜଣା ପଡ଼ିଛି। କିଛି ଦିନ ତଳେ ଦୁହିଁଙ୍କର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଯେଉଁଥିରେ ପିକୁ କେକେଙ୍କ ପାଇଁ କରୱା ଚୌଥ୍ ବ୍ରତ ରଖିବା ସହ ତାଙ୍କର ପୂଜା କରିଥିଲେ। ଏ ସାକ୍ଷାତକାରରେ କେକେ କହିଥିଲେ କି, ଯେତେବେଳେ ମୁଁ ପିକୁକୁ ଦେଖିବାକୁ ଯାଇଥିଲି, ସେତେବେଳେ ତାଙ୍କ ପରିବାର ଲୋକେ ମୋ ଉଚ୍ଚତା ପାଇଁ ବିବାହ କରାଇବାକୁ ମନା କରି ଦେଇଥିଲେ। କିନ୍ତୁ ମୋର ଉଚ୍ଚତା ଦେଖି ମଧ୍ୟ ପିକୁ ମୋତେ ବିବାହ କରିବାକୁ ଚାହୁଁଥିଲେ। ପିକୁର ଜିଦ୍ ଆଗରେ ତାଙ୍କ ଘର ଲୋକଙ୍କୁ ବିବାହ ପାଇଁ ରାଜି ହେବାକୁ ପଡ଼ିଥିଲା। ଏବେ ବିବାହ ପରେ ପିକୁ ଓ କେକେଙ୍କର ଦୁଇ ପୁଅ ଥିବା ଜଣା ପଡ଼ିଛି।