ମୋ ମନର ମଣିଷକୁ ଭେଟିବା ପୂର୍ବରୁ ମୁଁ ଅନେକ ବେଙ୍ଗକୁ ଚୁମ୍ବନ ଦେଇଛି : ତାପ୍‌ସୀ ପନ୍ନୁ

ମୁମ୍ବାଇ : ନିଜର ଭିନ୍ନ ଅଭିନୟର ଦକ୍ଷତା ପାଇଁ ଆଜି ବଲିଉଡ୍‌ରେ ରାଜ୍‌ କରିବା ଆରମ୍ଭ କରିଛନ୍ତି ଅଭିନେତ୍ରୀ ତାପ୍‌ସୀ ପନ୍ନୁ । ସାଉଥ୍‌ ଇଣ୍ଡଷ୍ଟ୍ରୀରୁ ଆସି ବଲିଉଡ୍‌ରେ ନାଁ କରିବାର ଯାତ୍ରା ସହଜ ନଥିଲେ ମଧ୍ୟ ତାପ୍‌ସୀ ସମୟ ସହ ନିଜକୁ ପ୍ରମାଣ କରିବାରେ ସଫଳ ହୋଇଛନ୍ତି । ଏବେ ବଲିଉଡ୍‌ରେ ତାଙ୍କ ପେସାଦାର ଜୀବନ ସହ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି । ନିଜ ପ୍ରେମ ଜୀବନ ଓ ବିବାହକୁ ନେଇ ତାପ୍‌ସୀ ଯେଉଁ ଖୁଲାସା କରିଛନ୍ତି, ତାହା ସମସ୍ତଙ୍କୁ ଚମକାଇଛି ।

वर्कफ्रंट पर तापसी पन्‍नू
oneindia.com

ସୂଚନା ମୁତାବକ, ତାପ୍‌ସୀ ଓ ତାଙ୍କ ଭଉଣୀ ସଗୁନ୍‌ ପିଙ୍କ୍‌ଭିଲାର ସୋ’ ‘ନୋ ମୋର୍‌ ସିକ୍ରେଟ୍‌’ରେ ପହଞ୍ଚିଥିଲେ । ଯେଉଁଠି ତାପ୍‌ସୀ ତାଙ୍କ ମନର ମଣିଷକୁ ତାଙ୍କ ଭଉଣୀ ସଗୁନ ପାଇଁ ପାଇଥିବା ଜଣା ପଡ଼ିଥିଲା । ମନର ମଣିଷ କଥା ଉଠିବା ପରେ ତାପ୍‌ସୀ କହିଥିଲେ, “ମୁଁ ମୋର ମନର ମଣିଷକୁ ଭେଟିବା ପୂର୍ବରୁ ଅନେକ ବେଙ୍ଗମାନଙ୍କୁ ଚୁମ୍ବନ ଦେଇଥିଲି” । ବିବାହକୁ ନେଇ ପ୍ରଶ୍ନ କରାଯିବା ପରେ ତାପ୍‌ସୀ କହିଥିଲେ, “ମୋତେ ଯେତେବେଳେ ସନ୍ତାନ ଦରକାର ହେବ, ମୁଁ ସେତେବେଳେ ବିବାହ କରିବି । ଏବଂ ବିବାହ ମୋର ଗୋଟେ ଦିନରେ ସଂପର୍ଣ୍ଣ ହେବ । ୩-୪ଦିନ ଧରି ବିବାହର କାର୍ଯ୍ୟକ୍ରମରେ ମଜିବା ପରେ ଅଧିକ ଥକାପଣ ଅନୁଭବ ହୋଇଥାଏ” ବୋଲି କହିଥିଲେ ତାପ୍‌ସୀ ।

ସମ୍ବନ୍ଧିତ ଖବର