ପୁଣି ଥରେ ବ୍ରେକ୍‌-ଅପ୍‌!

ପ୍ରଶଂସକମାନେ ସୁସ୍ମିତା ସେନଙ୍କୁ ଅନେକ ଦିନ ହେଲା କୌଣସି ଫିଲ୍ମରେ ଦେଖିନାହାନ୍ତି। ବୋଧହୁଏ, ସେ ନିଜର ଦୁଇ ପାଳିତା କନ୍ୟାଙ୍କ ଭରଣ-ପୋଷଣରେ ବ୍ୟସ୍ତ। ‘ଆଫେୟାସ୍‌ର୍’ ପାଇଁ ସର୍ବଦା ଚର୍ଚ୍ଚାରେ ରହୁଥିବା ଅଭିନେତ୍ରୀ ସେ। ଏହି ପ୍ରସଙ୍ଗରେ ଆଉ ଏକ ଶବ୍ଦ, ତାଙ୍କ ସହ ଯୋଡ଼ିହୋଇଯାଇଛି ଏବଂ ସେଇଟି ହେଉଛି ‘ବ୍ରେକ୍‌-ଅପ୍‌’। କାରଣ, ଅଧ ଡଜନ୍‌ ପ୍ରେମୀଙ୍କ ତାଲିକା, ଆମ ପାଖରେ ଅଛି, ଯେଉଁମାନଙ୍କ ସହ ସୁସ୍ମିତାଙ୍କର ବ୍ରେକ୍‌-ଅପ୍‌ ହୋଇଯାଇଛି। ଗତ ଚାରି ବର୍ଷ ହେଲା, ଋତିକ ଭସୀନଙ୍କ ସହ ତାଙ୍କର ‘ଆଫେୟାସ୍‌ର୍’ ଥିଲା। ଏବେ ‘ବ୍ରେକ୍‌-ଅପ୍‌’ ହୋଇଯାଇଥିବା ଖବର ବଜାର ଗରମ କରୁଛି। ପାର୍ଟି-ଫାର୍ଟିରେ ଏକତ୍ର ଯୋଗଦେଉଥିଲେ ହେଁ ଦୁହିଁଙ୍କ ନିକଟତମ ମହଲରୁ ପ୍ରକାଶ, ଛଅ ମାସ ହେଲା କୌଣସି ସଂପର୍କ ନାହିଁ। ଏ ଥର ଜାଣନ୍ତୁ, ଏହି ଋତିକ କିଏ? ସେ ଆମେରିକାରେ ପଢ଼ିଥିବା ଯୁବକ। ମୁମ୍ବଈରେ ତାଙ୍କର ଗୁଡ଼ିଏ ନାଇଟ୍‌ କ୍ଲବ୍‌ ଅଛି। ଟଙ୍କା-ପଇସା ମାମଲାରେ ସେ, ସୁସ୍ମିତାଙ୍କଠାରୁ ମଧ୍ୟ ଧନୀ। ଅର୍ଜୁନ କପୂର, ଅଭିଷେକ କପୂର ଆଦି ଷ୍ଟାର୍‌ଙ୍କ ସହ ତାଙ୍କର ବସିବା-ଉଠିବା ଅଛି।

ସମ୍ବନ୍ଧିତ ଖବର