ଓଜନ ବଢ଼ାଇଲେ ଅକ୍ଷୟ କୁମାର

ଫିଟ୍‌ନେସ୍‌ କିଙ୍ଗ୍‌ ଅକ୍ଷୟ କୁମାର ଓଜନ ବଢ଼ାଇଛନ୍ତି। ଫିଟ୍‌ନେସ ଏବଂ ସୁସ୍ଥ ଜୀବନଯାପନକୁ ନେଇ ଖିଲାଡ଼ି କୁମାର ଅକ୍ଷୟ ଅନେକଙ୍କ ପ୍ରେରଣା ହୋଇପାରିଛନ୍ତି। ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର ରକ୍ଷା ବନ୍ଧନ ପାଇଁ ସେ ନିଜ ଓଜନ ବୃଦ୍ଧି କରିଥିବା ଜଣାପଡ଼ିଛି। ଏଥିପାଇଁ ସେ ୫ କେଜି ଓଜନ ବଢାଇଥିବା ଜଣାପଡ଼ିଛି। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଆନନ୍ଦ ଏଲ୍ ରୟ। ଏଥିରେ ଅକ୍ଷୟଙ୍କ ବିପକ୍ଷରେ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି ଭୂମି ପେଡନେକର।

ସମ୍ବନ୍ଧିତ ଖବର