ପ୍ରିୟଙ୍କା-କ୍ୟାଟ୍ରିନାଙ୍କୁ ପଛରେ ପକାଇଲେ ଆଲିଆ ଭଟ୍ଟ, ଦିନକୁ ଦିନ ଚମକୁଛି ଭାଗ୍ୟ

ମୁମ୍ବାଇ: ପ୍ରିୟଙ୍କା-କ୍ୟାଟ୍ରିନାଙ୍କୁ ପଛରେ ପକାଇଲେ ଆଲିଆ ଭଟ୍ଟ। ଲୋପ୍ରିୟତା କ୍ଷେତ୍ରରେ ବଲିଉଡର ଆଗଧାଡ଼ିର ଅଭିନେତ୍ରୀଙ୍କୁ ପଚଷର ପକାଇଛନ୍ତି ଅଭିନେତ୍ରୀ ଆଲିଆ ଭଟ୍ଟ ବଲିଉଡ ସହ ସାଉଥ ଫିଲ୍ମରେ କାମ କରୁଥିବା ଆଲିଆଙ୍କ ଭାଗ୍ୟ ଏବେ ଚମକିବାରେ ଲାଗିଛି। ବଲିଉଡରେ ପ୍ରବେଶ ସମୟରେ ତାଙ୍କୁ ଅନେକ ସମାଲୋଚନାର ଶିକାର ହେବାକୁ ପଡ଼ିଥିବା ବେଳେ ଏବେ ସେ ନିଜକୁ ପ୍ରମାଣ କରିଛନ୍ତି। ଅଭିନୟରେ ସେ ନିଜକୁ ପ୍ରମାଣ କରିସାରିଥିବା ବେଳେ ଏବେ ଟ୍ବିଟର‌ରେ ତାଙ୍କ ଲୋକପ୍ରିୟତା କେତେ ତାହା ଜଣାପଡ଼ିଛି।

Priyanka Chopra, Alia Bhatt and Katrina Kaif announce Jee Le Zaraa, road  trip movie directed by Farhan Akhtar | Bollywood - Hindustan Times
Hindustan Times

ଚଳିତ ବର୍ଷ ସୋସିଆଲ ମିଡିଆରେ କେଉଁ ଅଭିନେତ୍ରୀଙ୍କୁ ଅଧିକ ଦେଖିବାକୁ ମିଳିଛି କିମ୍ବା କେଉଁ ଅଭିନେତ୍ରୀଙ୍କୁ ନେଇ ଅଧିକ ଆଲୋଚନା ହୋଇଛି ସେ ନେଇ ଟ୍ୱିଟର ସୂଚନା ଦେଇଛି। ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ, ଦୀପିକା ପାଦୁକୋନ, ଅନୁଷ୍କା ଶର୍ମା, ଦିଶା ପଟାନି ଟ୍ବିଟରରେ ସର୍ବାଧିକ ଚର୍ଚ୍ଚାରେ ରହିଥିବା ଜଣାପଡ଼ିଛି। କିନ୍ତୁ ସେମାନଙ୍କ ମଧ୍ୟରୁ ୧ନମ୍ବରରେ ରହିଛନ୍ତି ଅଭିନେତ୍ରୀ ଆଲିଆ ଭଟ୍ଟ। ଆଗାମୀ ଅନେକ ଚଳଚ୍ଚିତ୍ର ଆରଆରଆର, ଗଙ୍ଗୁବାଇ କାଠିଆୱାଡି, ବ୍ରହ୍ମାସ୍ତ୍ର, ରକି ଏବଂ ରାନୀକୁ ନେଇ ଆଲିଆ ଭଟ୍ଟଙ୍କୁ ନେଇ ଅଧିକ ଟ୍ୱିଟ୍ କରାଯାଇଛି। ଏହା ସହ ରଣବୀର କପୁରଙ୍କ ସହ ତାଙ୍କ ପ୍ରେମ ସଂପର୍କକୁ ନେଇ ମଧ୍ୟରେ ଚଳିତ ବର୍ଷ ଅନେକ ଟୁଇଟ କରାଯାଇଛି।

ସମ୍ବନ୍ଧିତ ଖବର