ଜନ୍ମଦିନରେ ସୀତା ଭୂମିକାରେ ନଜର ଆସିଲେ ଆଲିଆ

ମୁମ୍ବାଇ: ଆଲିଆଙ୍କ ଜନ୍ମଦିନ ଅବସରରେ ତାଙ୍କର ଆଗାମୀ ଫିଲ୍ମ ‘ଆରଆରଆର’ରେ ତାଙ୍କର ଚରିତ୍ର ବାବଦରେ ଖୁଲାସା ହୋଇଛି | ପୂର୍ବ ଘୋଷଣା ମୁତାବକ ‘ଆରଆରଆର’ ଟ୍ୱିଟର ପକ୍ଷରୁ ଆଲିଆଙ୍କ ଫାଷ୍ଟ ଲୁକ କୁ ରିଲିଜ କରାଯାଇଛି | ଆଲିଆ ଏହି ଫିଲ୍ମରେ ସୀତା ଚରିତାରେ ନଜର ଆସିବେ | ଆଜି ରିଲିଜ ହେବାର ମାତ୍ର ୧୫ ମିନିଟ ମଧ୍ୟରେ ୭୦ ହଜାରରୁ ଅଧିକ ଲୋକ ଆଲିଆଙ୍କ ଏହି ଫଟୋକୁ ପସନ୍ଦ କରିଛନ୍ତି |

ସୂଚନା ମୁତାବକ ଆଜି ସକାଳ ୧୧ ଟାରେ ଆଲିଆ ଭଟ୍ଟଙ୍କ ଫାଷ୍ଟ ଲୁକ୍ ରିଲିଜ କରିବାକୁ ପୂର୍ବରୁ ମେକର୍ସ ଘୋଷଣା କରିଥିଲେ। ଆଉ ପୂର୍ବ ଘୋଷଣା ମୁତାବକ ଆଲିଆଙ୍କ ଚରିତ୍ରର ଫାଷ୍ଟ ଲୁକ ରିଲିଜ କରାଯାଇଛି | କୁହାଯାଉଛି ଯେ, ଏହି ଚଳଚ୍ଚିତ୍ରରେ ଆଲିଆଙ୍କ ନାମ ସୀତା ରହିଛି | ସୂଚନା ଥାଉ କି ଏହି ଚଳଚ୍ଚିତ୍ରରେ ଜୁନିଅର ଏନଟିଆର ଏବଂ ରାମ ଚରଣଙ୍କୁ ଏକାଠି ପରଦାରେ ଦେଖିବାକୁ ମିଳିବ |


ଆରଆରଆର ଫିଲ୍ମରେ ଜୁନିଅର ଏନଟିଆର,ରାମ ଚରଣ, ଅଜୟ ଦେବଗନ, ଆଲିଆ ଭଟ୍ଟ ପ୍ରମୁଖ ଅଭିନୟ କରିଛନ୍ତି | ଏସ୍ ରାଜମୌଲିଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ୧୩ ଅକ୍ଟୋବର ୨୦୨୧ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ |

ସମ୍ବନ୍ଧିତ ଖବର