ମୋତେ ଦ୍ୱିତୀୟ ଥର ଏଠାକୁ ଡାକିବେ ନାହିଁ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଅନୁରୋଧ କଲେ ବିଗ୍‌ ବି, ଜାଣନ୍ତୁ କ’ଣ ଥିଲା କାରଣ?

ମୁମ୍ବାଇ : ୭୬ ବର୍ଷରେ ପାଦ ଦେଇ ସାରିଥିଲେ ମଧ୍ୟ ଏବେ ବି ବିଗ୍‌ ବି ଅମିତାଭ ବଚ୍ଚନଙ୍କ ସ୍ୱରରେ ପୂର୍ବ ଭଳି ଗମ୍ଭୀରତା ରହିଛି । ସେ ବୟସର ଏହି ପାହାଚରେ କ’ଣ କରି ପାରିବେ ତାହା ସେ ଫିଲ୍ମ ‘ଠଗ୍‌ସ ଅଫ୍‌ ହିନ୍ଦୋସ୍ତାନ’ରେ ସମସ୍ତଙ୍କୁ ଦେଖାଇ ସାରିଛନ୍ତି । ତେବେ ଫିଲ୍ମର ରିଲିଜ୍‌ ପରେ ବିଗ୍‌ ବିଙ୍କୁ ୨୪ତମ କୋଲକାତା ଇଣ୍ଟରନ୍ୟାସ୍‌ନାଲ ଫିଲ୍ମ ଫେଷ୍ଟିଭାଲରେ ଲୋକମାନେ ଦେଖିବାକୁ ପାଇଥିଲେ । ଏହି ଇଭେଣ୍ଟରେ ଯୋଗ ଦେଇ ସେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଦ୍ୱିତୀୟ ଥର ଏହି ଇଭେଣ୍ଟକୁ ନ ଡ଼ାକିବା ପାଇଁ କହିଥିଲେ ।

ସୂଚନା ମୁତାବକ, ୨୪ତମ କୋଲକାତା ଇଣ୍ଟରନ୍ୟାସ୍‌ନାଲ ଫିଲ୍ମ ଫେଷ୍ଟିଭାଲରେ ନିଜର ଭାଷଣ ରଖିଥିଲେ ବିଗ୍‌ ବି । ପ୍ରତି ଥର ତାଙ୍କୁ ଡ଼କା ଯାଉଥିବାରୁ ତାଙ୍କ ପାଖରେ କିଛି ନୂଆ କହିବା ପାଇଁ ରହୁ ନାହିଁ । ଯାହା ପାଇଁ ସେ ପୂର୍ବରୁ ଅନେକ ଥର ମମତା ବାନାର୍ଜୀଙ୍କୁ ନିମନ୍ତ୍ରଣ ନ କରିବା ପାଇଁ କହିଛନ୍ତି । କିନ୍ତୁ ଚଳିତ ବର୍ଷ ପୁଣି ତାଙ୍କୁ ଡ଼କା ଯିବାରୁ ସେ ଥଟ୍ଟାରେ ମମତା ବାନାର୍ଜୀଙ୍କୁ ବଙ୍ଗାଳି ଭାଷାରେ ଆର ଥରକୁ ନ ଡ଼ାକିବା ପାଇଁ କହିଥିଲେ । କିନ୍ତୁ ମମତା ବାନାର୍ଜୀ ହସିବା ସହ ମୁଁ ଡ଼ାକିବି ବୋଲି ଉତ୍ତର ରଖିଥିଲେ ।

ସମ୍ବନ୍ଧିତ ଖବର