ମୁମ୍ବାଇ: ‘କୌନ୍ ବନେଗା କରୋଡ ପତି ସିଜିନ-୧୩’ ରେ ନିକଟରେ କ୍ରିକେଟର ସୌରଭ ଗାଙ୍ଗୁଲି ଓ ବିରେନ୍ଦ୍ର ସହେୱାଗ ପହଞ୍ଚିଥିବା ଦେଖିବାକୁ ମିଳିଥିଲା। ‘କୌନ୍ ବନେଗା କରୋଡ ପତି ସୋ’ରେ ଦୁହେଁ ନିଜ କ୍ରିକେଟ ସହିତ ଜଡ଼ିତ ଅନେକ ସ୍ମୃତି ବିଷୟରେ ଆଲୋଚନା କରିଥିଲେ।
ପୁଣି ଥରେ କ୍ରୀଡା ଜଗତର ଦୁଇଟି ଚେହେରା ‘କୌନ୍ ବନେଗା କରୋଡ ପତି ସିଜିନ-୧୩’ର ପରଦାରେ ନଜର ଆସିବେ । ଏହି ସୋ’ରେ ଅଲିମ୍ପିକ୍ସରେ ଭାରତ ପାଇଁ ଗର୍ବ ଆଣିଥିବା ନୀରଜ ଚୋପ୍ରା ଏବଂ ପି.ଆର ଶ୍ରୀଜେଶଙ୍କୁ ଦର୍ଶକ ଦେଖିବାକୁ ପାଇବେ।
ସୋନି ଟିଭି ଅଫିସିଆଲ୍ ଆକାଉଣ୍ଟରୁ ଏହାର ଏକ ପ୍ରୋମୋ ସେୟାର ହୋଇଛି । ପ୍ରୋମୋ ସହିତ ଥିବା କ୍ୟାପସନରେ ଲେଖାହୋଇଛି – ‘ଆମ ଦେଶର ନାଁ ରଖିଥିବା ଟୋକିଓ ଅଲିମ୍ପିକ୍ସ ୨୦୨୦ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଏବଂ ଶ୍ରୀଜେଶଙ୍କୁ “କେବିସି ୧୩”, ମଞ୍ଚକୁ ଆଣିବା।
View this post on Instagram
ସୋସିଆଲ ମିଡିଆରେ ଏବେ ଏହି ଫଟୋ ଖୁବ୍ ଭାଇରାଲ ହୋଇଛି । ଫଟୋରେ ଅମିତାଭ ବଚ୍ଚନଙ୍କ ସହ ଉଭୟ ଖେଳାଳି ନଜର ଆସିଛନ୍ତି। ଅମିତାଭ ବଚ୍ଚନ ଦୁହିଁଙ୍କୁ ସ୍ୱାଗତ କରୁଥିବା ଦେଖିବାକୁ ମିଳୁଛି।