ସଲମାନଙ୍କ ବିବାହକୁ ନେଇ ଭିଣୋଇ ଆୟୁଷ କହିଲେ ଭାଇ ବିବାହ ନ କରି ଠିକ୍‌ କରିଛନ୍ତି! ଜାଣନ୍ତୁ କାହିଁକି

ମୁମ୍ବାଇ : କିଛି ଦିନ ତଳେ ବଲିଉଡ୍‌ ଅଭିନେତା ସଲମାନ ଖାନ୍‌ଙ୍କ ଭଉଣୀ ଅର୍ପିତା ଅଭିନେତ୍ରୀ କ୍ୟାଟ୍ରନା କୈଫ୍‌ ଏବଂ ନିଜ ମା’ ସଲମା ଖାନ୍‌ଙ୍କ ଏକ ଫଟୋ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ । ଫଟୋ ପୋଷ୍ଟ ହେବା ମାତ୍ରେ ତାହା ଭାଇରାଲ ହେବା ସହ କ୍ୟାଟ୍ରିନା ଏବଂ ସଲମାଙ୍କ ଯୋଡ଼ିକୁ ଶାଶୁ-ବୋହୂ ଯୋଡ଼ି ବୋଲି କୁହାଯାଇଥିଲା । । ତେବେ ଏହି ଫଟୋ ଉପରେ ଆସୁଥିବା ପ୍ରତିକ୍ରିୟାକୁ ଦେଖି ସଲମାନଙ୍କ ଭିଣୋଇ ତଥା ଅର୍ପିତାଙ୍କ ସ୍ୱାମୀ ଆୟୁଷ ନିଜର ମୁହଁ ଖୋଲିବା ପାଇଁ ବାଧ୍ୟ ହୋଇଛନ୍ତି।

India.com

ତାଙ୍କ କହିବା ଅନୁଯାୟୀ, ଆସନ୍ତା ୨ବର୍ଷ ପର୍ଯ୍ୟନ୍ତ ଭଇଙ୍କ ବିବାହ କଥା ଭାବନ୍ତୁ ନାହିଁ । ତାଙ୍କୁ ସବୁବେଳେ ଆମେ କାମ କରୁଥିବାର ଦେଖିଥାଉ । ଯେଉଁଥି ପାଇଁ ଆମେ ତାଙ୍କ ଉପରେ ବିବାହର ଚାପ ପକାଇ ନାହୁଁ ବରଂ ମୁଁ ତାଙ୍କୁ ସବୁବେଳେ କହେ କି ଭାଇ ତୁମେ ଏବେ ଯେଉଁ ଫେଜ୍‌ରେ ଅଛ ଏକ୍‌ଦମ ଠିକ୍‌ ଅଛ । ନିଜ କାମ କରି ଚାଲ । ସ୍ତ୍ରୀ ଥିଲେ ଘରକୁ ଯିବାକୁ ପଡ଼ିଥାନ୍ତା । ସମୟ ବାଣ୍ଟିବାକୁ ପଡ଼ିଥାନ୍ତା । ମୋତେ ଲାଗୁନି କି ଭାଇଙ୍କ ପାଖରେ ଏବେ ବିବାହ ପାଇଁ ସମୟ ଅଛି । ଏହା ସହ ୨ବର୍ଷ ପର୍ଯ୍ୟନ୍ତ ତାଙ୍କ ହାତରେ କାମ ଥିବାରୁ ଆସନ୍ତା ୨ବର୍ଷ ପର୍ଯ୍ୟନ୍ତ ସେ ବିବାହ କରିବେ ନାହିଁ ବୋଲି ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର