ଶୁକ୍ରବାର ରିଲିଜରେ ପରଦାକୁ ଆସିଲା ‘ବାଗୀ-ଥ୍ରୀ’ ଓ ‘କାମୟାବ’

ମୁମ୍ବାଇ: ଫ୍ରାଇଡେ ରିଲିଜରେ ପରଦାକୁ ଆସିଛି ଦୁଇଟି ଭିନ୍ନ ସ୍ୱାଦର ଚଳଚ୍ଚିତ୍ର । ଗୋଟିଏ ପଟେ ରହିଛି ଶାହାରୁଖ ଖାନଙ୍କ ପ୍ରଯୋଜିତ କାମୟାବ୍, ଅନ୍ୟପଟେ ଏହାକୁ ବକ୍ସ ଅଫିସରେ ଟକ୍କର ଦେଉଛି ଆକ୍ସନ ଫିଲ୍ମ ବାଗୀ ଥ୍ରୀ । ବାଗୀର ୨ୟ ସିକ୍ୱେଲ ଭାବେ ନିମିତ ହୋଇଛି ବାଗୀ ଥ୍ରୀ । ମୁଖ୍ୟ ଭୂମିକାରେ ଟାଇଗ ଶ୍ରଫ, ଶ୍ରଦ୍ଧା କପୁର ଓ ରିତେଶ ଦେଶମୁଖଙ୍କ ଅଭିନୟ ରହିଛି । ଫିଲ୍ମରେ ସ୍ଥାନ ପାଇଥିବା ଆଇଟମ ଗୀତରେ ଦିଶା ପଠାନିଙ୍କୁ ଦେଖିବାକୁ ମିଳିଛି । ଅହମ୍ମଦ ଖାନ ନିର୍ଦ୍ଦେଶିତ ବାଗୀ ଥ୍ରୀରେ ଭରପୂର ଆକ୍ସନ,ଦମଦାର ଷ୍ଟଂଟ,ମନକୁ ଛୁଉଁଥିବା ଡାଇଲଗ ଦେଖିବାକୁ ମିଳିଛି ।ଏଥିସହ କାହାଣୀ ଓ ଗୀତକୁ ମଧ୍ୟ ମିଳୁଛି ଦର୍ଶକଙ୍କ ପ୍ରଶଂସା ।

ବାଗୀ ଥ୍ରୀ ସହ ଚଳିତ ସପ୍ତାହରେ ପରଦାକୁ ଓହ୍ଲାଇଛି ଡ୍ରାମା ଫିଲ୍ମ କାମୟାବ । ଶାହାରୁଖ ଖାନଙ୍କ ପ୍ରଯୋଜିତ ଓ ରେଡ ଚିଲି ବ୍ୟାନରରେ ରିଲିଜ ହେଇଥିବା କାମୟାବରେ ରହିଛି ଜଣେ କଳାକାରଙ୍କ ସଂର୍ଘଷର କାହାଣୀ । ମୁଖ୍ୟ ଭୁମିକାରେ ବଲିଉଡ ଭର୍ସାଟାଇଲ ଅଭିନେତା ସଂଜୟ ମିଶ୍ରଙ୍କ ଅଭିନୟ ରହିଛି । ସଂଜୟଙ୍କ ଭଳିକି ଭଳି ଅନ୍ଦାଜ ଦେଖିବାକୁ ମିଳିଛି ।

Photo-e24 bollywood

ଗୋଟେ ଫିଲ୍ମରେ ବିଭିନ୍ନ ଅବତାରରେ ସଂଜୟଙ୍କ ଅଭିନୟକୁ ଦର୍ଶକ ବେଶ ପସନ୍ଦ କରୁଛନ୍ତି । କାହାଣୀ ଓ ଗୀତକୁ ସବୁ ବର୍ଗର ଦର୍ଶକ ପସନ୍ଦ କରୁଛନ୍ତି । ହାର୍ଦ୍ଦିକ ମେହେତା ଏହାର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି । ଚଳିତ ସପ୍ତାହରେ ରିଲିଜ ହୋଇଥିବା ଏହି ଦୁଇଟି ଭିନ୍ନ ସ୍ୱାଦର ସିନେମାକୁ ମିଳିଛି ଦର୍ଶକଙ୍କ ମିଳିତ ପ୍ରତିକ୍ରିୟା । ତେବେ ସଫଳତା ରେସରେ କେଉଁ ଫିଲ୍ମ ଆଗରେ ରହିବ କିଏ ପଛରେ ପଡିବ ସେ କଥା ଆଗାମୀ ଦିନରେ ଜଣାପଡିବ ।

ସମ୍ବନ୍ଧିତ ଖବର