ପ୍ରଥମ ଦିନରେ ବମ୍ପର ଓପନିଂ କଲା ‘ଭାରତ’, ପ୍ରାୟ ୪୫ କୋଟିର ବ୍ୟବସାୟ ନେଇ ଆଶା

ନୂଆଦିଲ୍ଲୀ : ଇଦ୍‌ ଅବସରରେ  ପରଦାକୁ ଆସିଛି  ସଲମାନ ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଭାରତ’ । ଫିଲ୍ମଟି ସାରା ଦେଶରେ ୪ ହଜାର ସ୍କ୍ରିନରେ ରିଲିଜ ହୋଇଥିବା ବେଳେ ଏହି ଫିଲ୍ମ ଦେଖିବାକୁ ଫ୍ୟାନ୍‌ମାନଙ୍କ ମନରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ଫିଲ୍ମରେ ସଲମାନଙ୍କ ସହ କ୍ୟାଟ୍ରିନା କୈଫ୍‌ ଓ ଦିଶା ପଟାନୀ ମୁଖ୍ୟ ଭୂମିକାରେ ରହିଛନ୍ତି । ଏହା ସହ ତବୁ ଓ ଜ୍ୟାକି ସ୍ରଫ୍‌ ମଧ୍ୟ ନଜର ଆସିଛନ୍ତି । ଭାରତ  ୨୦୧୪ରେ ନିର୍ମିତ ଦକ୍ଷିଣ କୋରିଆ ଫିଲ୍ମ ‘ଓଡ୍‌ ଟୁ ମାଇଁ ଫାଦର’ ଫିଲ୍ମର କାହାଣୀ ଆଧାରରେ ତିଆରି ହୋଇଛି । ଏଥିରେ ସଲମାନ ଖାନ୍‌ ମୁଖ୍ୟ ଚରିତ୍ର ଭାରତ ଭୂମିକାରେ ନଜର ଆସିଛନ୍ତି ।

Hindustan Times

ଜଣେ ସାଧାରଣ ନାଗରିକ ଦୃଷ୍ଟିଭଙ୍ଗୀରେ ଫିଲ୍ମରେ ଭାରତର ସ୍ୱାଧୀନତା ପରବର୍ତ୍ତୀ ଘଟଣାକ୍ରମର ବର୍ଣ୍ଣନା ରହିଛି । ଏହି ଫିଲ୍ମ ଟି ସିରିଜ୍‌ ଓ ସଲମାନ୍‌ ଖାନ୍‌ ଫିଲ୍ମସ ବ୍ୟାନରରେ ପ୍ରସ୍ତୁତ ହୋଇଛି । ଇଦ୍‌ରେ ରିଲିଜ୍‌ ହୋଇଥିବା ଭାଇଜାନଙ୍କ ଅଧିକାଂଶ ଫିଲ୍ମ ସୁପର ହିଟ୍‌ ସାବ୍ୟସ୍ତ ହୋଇଥାଏ ଏବଂ ଫିଲ୍ମ ଭାରତ ମଧ୍ୟ ବକ୍ସ ଅଫିସରେ ନୂଆ ରେକର୍ଡ କରିବ ବୋଲି ସମୀକ୍ଷକ ଆଶା ରଖିଛନ୍ତି ।

ସମ୍ବନ୍ଧିତ ଖବର