ଅକ୍ଷୟ ମହାନ୍ତିଙ୍କୁ ଧନ୍ୟବାଦ ଜଣାଇବାକୁ କଟକ ଆସିଥିଲେ ଭୂପେନ୍ ହଜାରିକା

ଭୁବନେଶ୍ବର: ସତୁରି ଦଶକର ସମୟ। ସଂଗୀତ ଜଗତରେ ସେତେବେଳେ ଭୂପେନ୍ ହଜାରିକା ଏକ ପ୍ରସିଦ୍ଧ ନାମ। ୧୯୬୨ ମସିହାରେ ଦୁଇଟି ବଙ୍ଗଳା ଗୀତ ଗାଇ ସମଗ୍ର ଭାରତରେ ଚହଳ ସୃଷ୍ଟି କରିଦେଇଥାଆନ୍ତି ଅକ୍ଷୟ ମହାନ୍ତି। ‘ସୋନାରେ ବାହୁଟେ କଙ୍କଣ ହୋଇଛେ ଧନ୍ୟା… ଗୀତଟି ଦର୍ଶକଙ୍କୁ ଅଭିଭୂତ କରିଦେଇଥିଲା।

image source–soundcloud

ଭୂପେନ୍ ହଜାରିକା ବି ଏ ଗୀତଟିରେ ଏତେ ମୁଗ୍ଧ ହୋଇଯାଇଥିଲେ ଯେ ପରବର୍ତୀ ସମୟରେ ଅକ୍ଷୟଙ୍କୁ ଧନ୍ୟବାଦ ଜଣାଇବାକୁ କଟକ ଆସିଥିଲେ। କେବଳ ସେତିକି ନୁହେଁ, କୋଲକାତା ରେଡିଓ ଷ୍ଟେସନରେ ନିର୍ଦେଶକ ଥିବା ବେଳେ ପି.ଭି କୃଷ୍ଣମୂର୍ତି ଯେବେ ‘ଭାରତ ଦର୍ଶନ’ ନାମକ ଏକ ବଙ୍ଗଳା କାର୍ଯ୍ୟକ୍ରମ ଆରମ୍ଭ କଲେ, ସେଥିରେ ଶୀର୍ଷକ ଗୀତ ‘ଏଇ ଭାରତେର ମାନବରେ… ଗାଇବା ପାଇଁ ଅକ୍ଷୟ ମହାନ୍ତିଙ୍କୁ ବାଛିଥିଲେ। କ୍ବଚିତ୍ ଲୋକ ହୁଏତ ମନେ ରଖିଥିବେ, ଅକ୍ଷୟ ମହାନ୍ତି ଗାଇଥିବା ହିନ୍ଦୀ ଗୀତ ‘ସୁନ୍ ସୁନାଏ ଏକ କାହାନୀ, ନାହେ ରାଜା ନାହେ ରାନୀ.. ଦୀର୍ଘକାଳ ପର୍ଯ୍ୟନ୍ତ ଆକାଶବାଣୀ ବିବିଧ ଭାରତୀରେ ବାଜୁଥିଲା।

ସମ୍ବନ୍ଧିତ ଖବର