କୋଉଠୁ ଆଣିଲ ଏତେ ଜ୍ଞାନ? ଦ୍ୱାଦଶ ଛାତ୍ରଙ୍କୁ ପ୍ରଶ୍ନ କଲେ ବଚ୍ଚନ ସାହେବ, ଜାଣନ୍ତୁ କେଉଁ କରିସ୍ମା ଦେଖାଇ ଛାତ୍ର ପାଲଟିଲେ ଜାତୀୟ ଚର୍ଚ୍ଚା

ନୈନିତାଲ: ତାରକା ମାନଙ୍କ କାର୍ଯ୍ୟ ହିଁ ତ ଲୋକଙ୍କ ମନ ଜିତିବା। ମାତ୍ର ନିକଟରେ ଜଣେ ଛାତ୍ର ମହାନାୟକ ଅମିତାଭ ବଚ୍ଚନଙ୍କ ମନ ଜିତି ଚର୍ଚ୍ଚା ପାଲଟିଛନ୍ତି। ଏହି ଛାତ୍ର ଜଣକ ହେଉଛନ୍ତି ସେରବୁଡ଼ କଲେଜର ଅପୂର୍ବ ଗୌରବ ସାହ।

ଅପୂର୍ବ ଶୁକ୍ରବାର ଏକ ଟିଭି ଚ୍ୟାନେଲ୍‌ ହେଉଥିବା ‘ବନେଗା ସ୍ୱଚ୍ଛ ଭାରତ’ କାର୍ଯ୍ୟକ୍ରମରେ ନଜର ଆସିଥିଲେ। ସେଠାରେ ସେ ଏପରି ଏକ କବିତା ଶୁଣାଇଲେ ଯେ ଯାହାକୁ ଶୁଣିବା ପରେ ବିଗ୍‌ ବି ଏକଦମ୍‌ ମନ୍ତ୍ରମୁଗ୍ଧ ହୋଇଗଲେ। ତା’ପରେ ସେ କହିବାକୁ ବାଧ୍ୟ ହୋଇପଡ଼ିଲେ ଯେ ଅପୂର୍ବ ଯେଉଁ ବିଦ୍ୟାଳୟର ଛାତ୍ର ସେ ବି ସେହି ବିଦ୍ୟାଳରେ ପଢ଼ିଥିଲେ।

ଅପୂର୍ବ ସ୍ୱଚ୍ଛ ଭାରତକୁ ନେଇ ନିଜର ମାତ୍ର ୮ ମିନିଟ୍‌ ସମୟସୀମା ଭିତରେ ଏକ ଚମତ୍କାର କବିତା ଶୁଣାଇ ସଭିଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବାରେ ସମର୍ଥ ହୋଇଥିଲେ। ଅପୂର୍ବଙ୍କ କଳାକୁ ପାଖରୁ ଦେଖିବା ପରେ ଖୁସିରେ ବିଗ୍‌ ବିଙ୍କ ମୁହଁରୁ ବାହାରି ପଡ଼ିଲା, ‘କେଉଁଠୁ ଆଣିଲ ଏତେ ଜ୍ଞାନ’?

ଏହି ଲାଇଭ୍‌ କାର୍ଯ୍ୟକ୍ରମରେ ଅପୂର୍ବଙ୍କ ପାଇଁ ଅଗଣତି ଦର୍ଶକ ତାଳି ବଜାଇଥିଲେ। ଏହି କାର୍ଯ୍ୟକ୍ରମକୁ ଉପସ୍ଥାପନା କରୁଥିଲେ ନିଜେ ଅମିତାଭ ବଚ୍ଚନ।

ଅପୂର୍ବ ତାଙ୍କ କବିତା ଜରିଆରେ ମନ୍ଦିରରେ ଦାନ କରିବା ଅପେକ୍ଷା ଶୌଚାଳୟ ତିଆରି କରିବାକୁ ବାର୍ତ୍ତା ପ୍ରଦାନ କରିଛନ୍ତି। ଅମିତାଭ ବଚ୍ଚନ ସେହି କବିତାଟିକୁ ଅପୂର୍ବଙ୍କଠାରୁ ମାଗି ନେଇ ତାହାକୁ ସୋସିଆଲ୍‌ ମିଡିଆ ଜରିଆରେ ଲୋକଙ୍କ ନିକଟରେ ପହଞ୍ଚାଇବେ ବୋଲି କହିଥିଲେ। ଦ୍ୱାଦଶ ଶ୍ରେଣୀରେ ପଢୁଥିବା ଏହି ଛାତ୍ର ଜଣକ ଏବେ ଜାତୀୟ ଚର୍ଚ୍ଚା ପାଲଟି ଯାଇଛନ୍ତି।

ସମ୍ବନ୍ଧିତ ଖବର