ବିଗ୍‌ ବସ୍‌-୧୨ର ପ୍ରତି ଅଧ୍ୟାୟ ପାଇଁ ସଲମାନଙ୍କୁ ୧୪ କୋଟି ମିଳିବା ସହ ନିର୍ମାତାଙ୍କ ତରଫରୁ ମିଳିଲା ବିଳାସପୂର୍ଣ୍ଣ ଘର, କିଛି ଏପରି ରହିଛି ଭିତରର ଦୃଶ୍ୟ

ମୁମ୍ବାଇ: ସେପ୍ଟେମ୍ବର ୧୬ ରବିବାର ଦିନ ବିଗ୍‌ ବସ୍‌-୧୨ସିଜିନ୍‌ ଆରମ୍ଭ ହୋଇ ଯାଇଥିବା ବେଳେ ବିଗ୍‌ ବସ୍‌ ଘରକୁ ନେଇ ଅନେକ ତଥ୍ୟ ସାମ୍ନାକୁ ଆସିଛି । ପ୍ରତିଯୋଗୀମାନଙ୍କର ଲିଷ୍ଟ ସାମ୍ନାକୁ ଆସିଥିବା ବେଳେ ଏବେ ସଲମାନ ପ୍ରତି ଅଧ୍ୟାୟ ପାଇଁ ୧୪କୋଟି ନେବେ ବୋଲି ଜଣା ପଡ଼ିଛି । ସୋ’ର ନିର୍ମତା ୧୪କୋଟି ସହ ସଲମାନଙ୍କୁ ରହିବା ପାଇଁ ଏକ ବିଳାପୂର୍ଣ୍ଣ ଘର ମଧ୍ୟ ଦେଇଥିବାର ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଘର ଭିତରର ସାଜ ସଜ୍ଜା ସଲମାନଙ୍କ ପସନ୍ଦକୁ ଆଖି ଆଗରେ ରଖି କରାଯାଇଥିବା ବେଳେ ତାଙ୍କ ସୁବିଧା ପାଇଁ ସବୁ ବ୍ୟବସ୍ଥା କରାଯାଇଛି । ଏହି ଘରେ ସଲମାନ ଖୁବ୍‌ ଆରାମରେ ପ୍ରତିଯୋଗୀମାନଙ୍କ ଉପରେ ନଜର ରଖି ପାରିବେ ।

bhaskar.com

ସଲମାନ ଏଠାରେ ଶନିବାର ଏବଂ ରବିବାର ଓ୍ଵିକ୍‌ଏଣ୍ଡ କା ବାର୍‌ ପାଇଁ ରହିବେ ବୋଲି ଜଣା ପଡ଼ିଥିବା ବେଳେ ଏହି ଘରଟି ସଂପୂର୍ଣ୍ଣ କାଠରେ ତିଆରି ହୋଇଥିବା ଦେଖା ଯାଇଛି ।

ସମ୍ବନ୍ଧିତ ଖବର