କରିନାଙ୍କ ‘ନା’ ତାଙ୍କ ପାଇଁ ମହଙ୍ଗା ପଡ଼ିଥିଲା , ଜାଣନ୍ତୁ କାହାର ଲାଭ ହୋଇଥିଲା ?

ମୁମ୍ବାଇ: ଆଜି ହେଉଛି ବଲିଉଡ୍‌ ର ଲୋକପ୍ରିୟ ନାୟିକା କରିନା କପୁରଙ୍କର ଜନ୍ମଦିନ। ସେ ୨୦୦୦ ମସିହାରେ ରିଲିଜ୍‌ ହୋଇଥିବା ଚର୍ଚ୍ଚିତ ସିନେମା ‘ ରିଫ୍ୟୁଜ’ ଜରିଆରେ ହିରୋଇନ୍‌ ଭାବେ ଡେବ୍ୟୁ କରିଥିଲେ, ପ୍ରଥମ ଫିଲ୍ମରେ ହିଁ ଷ୍ଟାରଡମ୍‌ ମିଳିଥିଲା ତାଙ୍କୁ । ଏହାପରେ ଆଜିଯାଏଁ କରିନା ସଫଳତା ଲାଭ କରି ନିଜ କ୍ୟାରିଅର୍‌କୁ ଠିକ୍‌ ଭାବେ ହ୍ୟାଣ୍ଡେଲ୍‌ କରି ଚାଲିଛନ୍ତି । ହେଲେ ଆପଣ କ’ଣ ଜାଣନ୍ତି ଯେ କରିନା କପୁର୍‌ ଖାନ୍‌ ତାଙ୍କର ଦୀର୍ଘ ୧୮ ବର୍ଷର କ୍ୟାରିଅର୍‌ ଭିତରେ ଏମିତି ସିନେମାକୁ ନା କରିଥିଲେ ଯାହା ମିଳିଥିଲା ଐଶ୍ୱର୍ଯ୍ୟା ଏବଂ ଦୀପିକାଙ୍କ ଭଳି ତାଙ୍କର ପ୍ରତିଦ୍ୱନ୍ଦ୍ୱୀଙ୍କୁ ….। ଆସନ୍ତୁ ଜାଣିବା ସେହି ସିନେମା ସଂପର୍କରେ


ହମ୍‌ ଦିଲ୍‌ ଦେ ଚୁକେ ସନମ୍‌ : ବହୁ ହିଟ୍‌ ଓ ସୁପରହିଟ୍‌ ଫିଲ୍ମର ନିର୍ମାତା- ନିର୍ଦ୍ଦେଶକ ସଞ୍ଜୟ ଲୀଳା ଭଂସାଲୀଙ୍କ ନିର୍ଦ୍ଦେଶିତ ଦ୍ୱିତୀୟ ହିନ୍ଦୀ ସିନେମା ହେଲା ‘ ହମ୍‌ ଦିଲ୍‌ ଦେ ଚୁକେ ସନମ୍‌ , ଯାହା ୧୯୯୯ ରେ ରିଲିଜ୍‌ ହୋଇଥିଲା । ଏଥିରେ ସଲମାନ୍‌ ଖାନ୍‌ ଓ ଅଜୟ ଦେବଗନ୍‌ ଙ୍କ ସହିତ ଐଶ୍ୱର୍ଯ୍ୟା ରାୟ ଅଭିନୟ କରିଥିଲେ ନାୟିକା ଭୂମିକାରେ । ଏଥିରେ ନନ୍ଦିନୀ ଭୂମିକାରେ ନଜର ଆସିଥିଲେ ଐଶ୍ୱର୍ଯ୍ୟା। କିନ୍ତୁ ଏହି ଚରିତ୍ର ପାଇଁ ନିର୍ଦ୍ଦେଶକଙ୍କର ପ୍ରଥମ ପସନ୍ଦ ଥିଲେ କରିନା କପୁର । ସଂଜୟ କରିନାଙ୍କୁ ଏହି ରୋଲ୍‌ ପାଇଁ ଅଫର୍‌ ବି ଦେଇଥିଲେ , କିନ୍ତୁ କରିନା ରାଜି ହୋଇ ନଥିଲେ, ନନ୍ଦିନୀ ଭୂମିକା ଲାଗି ଏଶ୍ୱର୍ଯ୍ୟା ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଫିଲ୍ମଫେଆର୍‌ ଆଓ୍ଵାର୍ଡ ଲାଭ କରିଥିଲେ ।

ଗୋଲିଓଁ କା ରାସଲୀଳା- ରାମଲୀଳା: ନିର୍ଦ୍ଦେଶକ ସଂଜୟ ଲୀଳା ଭଂସାଲୀ ଯେତେବଳେ ‘ ଗୋଲିଓଁ କା ରାସଲୀଳା-ରାମଲୀଳା’ ସ୍କ୍ରିପ୍ଟ ତିଆରି କରୁଥିଲେ ସେତେବେଳେ ସେ ଲୀଳା ଭୂମିକା ପାଇଁ କରିନା କପୁରଙ୍କୁ ଦେବେ ବୋଲି ସ୍ଥିର କରିଥିଲେ । ସଂଜୟ କରିନାଙ୍କୁ ପ୍ରସ୍ତାବ ବି ଦେଇଥିଳେ , କିନ୍ତୁ ରଣବୀର ସିଂହଙ୍କ ଅପୋଜିଟ୍‌ରେ କାମ କରିବାକୁ ପସନ୍ଦ କରି ନଥିଲେ କରିନା । ପରେ ସେହି ଭୂମିକାଟି ମିଳିଥିଲା ଦୀପିକା ପାଦୁକୋନଙ୍କୁ । ଏହି ଫିଲ୍ମ ପାଇଁ ଦୀପିକା ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଫିଲ୍ମ ଫେଆର ଆଓ୍ଵାର୍ଡ ଟ୍ରଫି ହାତେଇଥିଲେ ।

ସମ୍ବନ୍ଧିତ ଖବର