ନାୟିକା ହେବା ଆଗରୁ ଏହି କାମ କରୁଥିଲେ ସୋହା ଅଲ୍ଲୀ ଖାନ୍‌

ମୁମ୍ବାଇ : ଆଜି ହେଉଛି ବଲିଉଡର ଜଣାଶୁଣା ଅଭିନେତ୍ରୀ ସୋହା ଅଲ୍ଲୀ ଖାନଙ୍କ ଜନ୍ମଦିନ। ସୋହା ଶର୍ମିଲା ଟାଗୋରଙ୍କ ଝିଅ ଓ ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ଭଉଣୀ ଭାବେ ଅଧିକ ପରିଚିତ। ତାଙ୍କର ଆଉ ଏକ ପରିଚୟ ହେଲା ଯେ ସୋହା ହେଉଛନ୍ତି ଅଭିନେତା କୁନାଲ ଖେମୁଙ୍କ ପତ୍ନୀ।
ଇତିମଧ୍ୟରେ ସୋହା ଅଲ୍ଲୀ ଖାନ୍‌ଙ୍କ ଅଭିନୀତ ଫିଲ୍ମ ‘ରଙ୍ଗ୍‌ ଦେ ବସନ୍ତୀ’,‘ତୁମ୍‌ ମିଲେ’,‘ଗୋ ଗୋଆ ଗନ୍‌’ଓ ‘ଖୋୟା ଖୋୟା ଚାନ୍ଦ୍‌’ ଆଦି ରିଲିଜ୍‌ ହୋଇଛି।

ସୋହା ଅଲ୍ଲୀ ଖାନ୍‌ ଲେଖିକା ଭାବେ ନିଜର ସ୍ବତନ୍ତ୍ର ପରିଚୟ ଲାଭ କରିଛନ୍ତି। ତାଙ୍କ ରଚିତ ପ୍ରଥମ ପୁସ୍ତକ ହେଲା ‘ଦ ପେରିଲ୍‌ସ ଅଫ୍‌ ବିଂ ମଡ଼ରେଟଲି ଫେମସ୍‌’।ସୋହା ଯଦିଓ ଅଭିନୟ ଓ ଲେଖନୀ ଚାଳନାରେ ସେ ସିଦ୍ଧହସ୍ତ। କିନ୍ତୁ ତାଙ୍କ ପରିିବାର ଲୋକେ ଆକ୍ଟିଂକୁ ପ୍ରଫେସନ୍‌ ନ କରିବା ଲାଗି ତାଙ୍କୁ ପରାମର୍ଶ ଦେଇଥିଲେ।ବିଶେଷ କରି ମା’ ଶର୍ମିଳା ଟାଗୋର ଏବଂ ବାପା ମନସୁର ଅଲ୍ଲୀ ଖାନ୍‌ ପଟ୍ଟୌଦି ଚାହୁଁଥିଲେ ସୋହା ଅଭିନୟ କ୍ଷେତ୍ରକୁ ନ ଆସନ୍ତୁ ବରଂ ସେ କର୍ପୋରେଟ୍‌ ସେକ୍ଟରରେ କାର୍ଯ୍ୟ କରନ୍ତୁ।

Image result for soha ali khan
image source-filmibeat

ସତ କହିବାକୁ ଗଲେ ଆକ୍ଟିଂ ପାଇଁ ତାଙ୍କୁ ପରିବାରରେ ହତୋତ୍ସାହିତ କରାଯାଇଥିଲା। ତାଙ୍କୁ ବାପା ,ମାଆ କି ଭାଇ କେହି ବି ଅଭିନୟ ପାଇଁ ଉତ୍ସାହିତ କରିନଥିଲେ,ବରଂ ଯେତେବେଳେ ସେ ଆକ୍ଟିଂ ପ୍ରଫେସନ୍‌କୁ ବାଛିଥିଲେ,ସେତେବେଳେ ତାଙ୍କୁ ସେମାନେ ବିରୋଧ ମଧ୍ୟ କରିଥିଲେ ବୋଲି କହିଛନ୍ତି ସୋହା ଅଲ୍ଲୀ ଖାନ୍‌। ପରିବାରର କଥା ମାନି ସୋହା କିଛି ଦିନ କର୍ପୋରେଟ୍‌ ଜଗତରେ କାମ ମଧ୍ୟ କରିଥିଲେ,କିନ୍ତୁ ସେଥିରେ ତାଙ୍କର ମନ ଲାଗିଲା ନାହିଁ।

ସମ୍ବନ୍ଧିତ ଖବର