୭ ବର୍ଷର ପିଲା ବାହାରେ ପରିସ୍ରା କରିବାରୁ ଦୁଇ ପରିବାର ମଧ୍ୟରେ ମାଡ଼ପିଟ; ଜଣେ ୧୮ ମାସିଆ ବାଳକ ମୃତ

ଭୋପାଳ: ସାଗାର ଗାଁରେ ପଦାରେ ପରିସ୍ରା କରିବା କଥାରୁ ଦୁଇଟି ପରିବାର ମଧ୍ୟରେ ମାଡ଼ଗୋଳ ଲାଗି ଜଣେ ୧୮ମାସିଆ ପିଲାର ମୃତ୍ୟୁ ଘଟିଛି।

ଭାଙ୍ଗର ଗାଁ’ର ଉମେଶ ସିଂହ ନାମକ ଜଣେ ୭ ବର୍ଷିୟ ବାଳକ ସର୍ବସାଧାରଣ ଯାତାୟାତ କରୁଥିବା ରାସ୍ତାରେ ପରିସ୍ରା କରିବା କାରଣରୁ ବିବାଦର ସୂତ୍ରପାତ ହୋଇଥିଲା। ଉମେଶଙ୍କର ଅନ୍ୟତମ ପଡ଼ୋଶୀ ମନୋହର ସିଂହ ଏଥିରେ ଆପତ୍ତି କରି ଖବରଦାର କରି କହିଲେ କି, ତାଙ୍କ ପୁଅ ଯେମିତି ଆଉ ବାହାରେ ପରିସ୍ରା ନ କରେ। ଏଥିରେ ଉମେଶ ଓ ତାଙ୍କ ବାପା ଚିଡ଼ି ଯାଇଥିଲେ ବୋଲି ପୁଲିସ କହିଛି।

କିଛି ସମୟ ପରେ ରାମ ଓ ଉମେଶ ବାଡ଼ି ଆଣି ମନୋହରଙ୍କୁ ପିଟିଲେ। ବାଡ଼ିଆପିଟା ସମୟରେ ମନୋହରଙ୍କର ୧୮ ମାସିଆ ଶିଶୁ ଭଗବାନର ମୁଣ୍ଡରେ ମାଡ଼ ବସିବାରୁ ଘଟଣାସ୍ଥଳରେ ହିଁ ତା’ର ମୃତ୍ୟୁ ଘଟିଥିଲା। ଉଭୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା କଥା ପୁଲିସ କହିଛି।

ସମ୍ବନ୍ଧିତ ଖବର