ସାମ୍ନାକୁ ଆସିଲା ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ନିକ୍‌ ନେମ୍‌, ବଚ୍ଚନ ପରିବାରର ବୋହୁକୁ ଏହି ନାମରେ ଡ଼ାକନ୍ତି ପିଲାମାନେ

ମୁମ୍ବାଇ: ବଲିଉଡ୍‌ରେ ଏମିତି ଅନେକ କଳାକାର ଅଛନ୍ତି, ଯେଉଁମାନଙ୍କୁ ସେମାନଙ୍କ ନିକ୍‌ ନେମ୍‌ ଦ୍ୱାରା ହିଁ ଲୋକ ଜାଣିଥାନ୍ତି । କରୀନାଙ୍କୁ ବେବୋ, କରିସ୍ମାଙ୍କୁ ଲୋଲୋ, ରିତିକ୍‌ଙ୍କୁ ଡୁଗ୍ଗୁ ଏବଂ ଗୋବିନ୍ଦାଙ୍କୁ ଚିଚି ନାମରେ ସେମାନଙ୍କ ପ୍ରଶଂସକମାନେ ଜାଣିଛନ୍ତି । ତେବେ ବଲିଉଡ୍‌ରେ ଏମିତି ବି କଳାକାର ଅଛନ୍ତି ଯେଉଁମାନଙ୍କ ନିକ୍‌ ନେମ୍‌ ଏ ପର୍ଯ୍ୟନ୍ତ ଲୋକଲୋଚନକୁ ଆସି ପାରିନାହିଁ । ସେ ମଧ୍ୟରେ ଅଛନ୍ତି ନୀଳନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନ । ବିବାହର ଏତେ ଦିନ ପରେ ପରିବାରର ପିଲାମାନେ ଐଶ୍ୱର୍ଯ୍ୟାଙ୍କୁ କ’ଣ ଡ଼ାକନ୍ତି ତାହା ସାମ୍ନାକୁ ଆସିଛି ।

aajtak.intoday.in

ସୂଚନା ମୁତାବକ, ଐଶ୍ୱର୍ଯ୍ୟାଙ୍କ ଭାଉଜ ଶ୍ରୀମା ରାୟ ନିଜ ଇନ୍‌ଷ୍ଟା ଆକାଉଣ୍ଟରେ ଫଲଓ୍ଵର୍ସମାନଙ୍କୁ ପ୍ରଶ୍ନ ପଚାରିବା ପାଇଁ କହିଥିଲେ । ଜଣେ ଫଲଓ୍ଵର୍ସ ତାଙ୍କୁ ତାଙ୍କ ନଣନ୍ଦ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ବିଷୟରେ ପଚାରିଥିଲେ । ଆପଣଙ୍କ ପିଲାମାନେ ଜାଣିଛନ୍ତି କି ତାଙ୍କ ପିଉସି ଐଶ୍ୱର୍ଯ୍ୟା ରାୟ ବଚ୍ଚନ କେତେ ପ୍ରସିଦ୍ଧ? ବୋଲି ପ୍ରଶ୍ନ କରାଯିବା ପରେ ଆମ ଘରେ ଏ କଥାକୁ ନେଇ କେବେ ଆଲୋଚନା ହୁଏ ନାହିଁ । ଘରେ ସେ ସବୁ ପିଲାଙ୍କ ପାଇଁ ଗୁଲୁ ମାମି । ପିଲାମାନେ ତାଙ୍କୁ ଶ୍ରଦ୍ଧାରେ ଗୁଲୁ ମାମି ବୋଲି ଡ଼ାକନ୍ତି ବୋଲି କହି ଉତ୍ତର ଦେଇଥିଲେ ଶ୍ରୀମା ।

ସମ୍ବନ୍ଧିତ ଖବର