ପ୍ରଧାନମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୫୦ ଲକ୍ଷ ଟଙ୍କା ଦେଲେ କମେଡି କିଙ୍ଗ୍‌ କପିଲ୍‌ ଶର୍ମା

ମୁମ୍ବାଇ: କରୋନା ମୁକାବିଲା ପାଇଁ କେନ୍ଦ୍ର ତଥା ନିଜ ନିଜ ରାଜ୍ୟର ସରକାରଙ୍କ ରିଲିଫ୍‌ ପାଣ୍ଠିକୁ ପୂର୍ବରୁ ବହୁ ସେଲିବ୍ରେଟି ଆର୍ଥିତ ସହାୟତା ଯୋଗାଇ ଦେଇଥିବା ବେଳେ ଏବେ ଏହି ଦୌଡ଼ରେ ସାମିଲ୍‌ ହୋଇଛନ୍ତି କମେଡି କିଙ୍ଗ୍‌ କପିଲ୍‌ ଶର୍ମା। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରିଲିଫ୍‌ ପାଣ୍ଠିକୁ ୫୦ ଲକ୍ଷ ଟଙ୍କା ଦାନ କରିଥିବା ସୂଚନା ରହିଛି।

କମେଡିଆନ୍‌ କପିଲ୍‌ ଦାନ କରିବା ପରେ ଏ ନେଇ ସୋସିଆଲ୍‌ ନେଟୱର୍କିଂ ସାଇଟ୍‌ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ପୋଷ୍ଟ୍‌ କରି ଜଣାଇଛନ୍ତି। ସେ ଲେଖିଛନ୍ତି, ‘ଆମକୁ ଆବଶ୍ୟକ ମନେ କରୁଥିବା ଲୋକଙ୍କ ପାଇଁ ଏକତ୍ର ହେବାର ସମୟ ଆସିଛି। କରୋନା ଲଢ଼େଇ ପାଇଁ ପ୍ରଧାନମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୫୦ ଲକ୍ଷ ଟଙ୍କାର ସହାୟତା ଦେଉଛି। ସମସ୍ତଙ୍କୁ ଘରେ ରୁହନ୍ତୁ ଓ ସୁରକ୍ଷିତ ରୁହନ୍ତୁ ବୋଲି ଅନୁରୋଧ କରୁଛି।’

ପୂର୍ବରୁ ଏକ ଇନ୍‌ଷ୍ଟା ପୋଷ୍ଟ୍‌ରେ କପିଲ୍‌ ଦିନ ମଜୁରିଆମାନଙ୍କୁ ସାହାଯ୍ୟ କରିବାକୁ ଲୋକଙ୍କୁ କହିଥିଲେ। ଉଲ୍ଲେଖଯୋଗ୍ୟ, ପୂର୍ବରୁ ଅଭିନେତା ପବନ କଲ୍ୟାଣ, କିଙ୍ଗ୍‌ ଖାନ ଶାହାରୁଖଙ୍କ ବ୍ୟତୀତ ବହୁ ନାମୀଦାମୀ ଖେଳାଳି ମଧ୍ୟ ନିଜ ନିଜର ସହାୟତା ପ୍ରଦାନ କରିଛନ୍ତି।

ସମ୍ବନ୍ଧିତ ଖବର