‘ଫେମିନା’ର ପ୍ରଚ୍ଛଦରେ ଦୀପିକା

ରାନ୍ଥାମ୍ବୋରରେ ସ୍ବାମୀ ରଣବୀର ସିଂହଙ୍କ ସହ ନୂଆବର୍ଷ ପାଳି ମୁମ୍ବାଇ ଫେରିଛନ୍ତି ଅଭିନେତ୍ରୀ ଦୀପିକା ପା‌ଦୁକୋଣ। ଏବେ ସେ ତାଙ୍କର ବହୁ ଚଳଚ୍ଚିତ୍ରର ସୁଟିଂରେ ବ୍ୟସ୍ତ ଅଛନ୍ତି। କିଛି ଦିନ ତଳେ ନିଜ ଇନ୍‌ଷ୍ଟା ଆକାଉଣ୍ଟ୍‌ରୁ ସମସ୍ତ ପୋଷ୍ଟ ଡିଲିଟ୍‌ କରିଦେଇଥିବା ଦୀପିକା ଏବେ ନୂଆ ନୂଆ ଅପ୍‌ଡେଟ୍‌ ଦେବାରେ ଲାଗି ପଡ଼ିଛନ୍ତି। ଏହି କ୍ରମରେ ଆଜି ସେ ଫେମିନାର ପ୍ରଚ୍ଛଦ ଇନ୍‌ଷ୍ଟାରେ ସେୟାର କରିଛନ୍ତି। ଏହି ପ୍ରଚ୍ଛଦରେ ଦୀପିକାଙ୍କୁ ଏକ ନୀଳରଙ୍ଗର ବ୍ଲେଜରରେ ଦେଖିବାକୁ ମିଳୁଛି। ଏହି ଫଟୋ ସେୟାର କରିବା ସହ ଦୀପିକା ଶିରୋନାମାରେ ଲେଖିଛନ୍ତି, ମୁଁ ଛୋଟରୁ ବଡ଼ ହେବା ପର୍ଯ୍ୟନ୍ତ ମୋ ମା’ଙ୍କ ହାତରେ ଗୋଟିଏ ମାଗାଜିନ୍‌ ନିହାତି ଦେଖିଛି। ସେ ହେଉଛି ‘ଫେମିନା ଇଣ୍ଡିଆ’। ଏଥିରେ ମୋତେ ସ୍ଥାନ ଦେଇଥିବାରୁ ଧନ୍ୟବାଦ।

ସମ୍ବନ୍ଧିତ ଖବର