ବର୍ଷ ଶେଷରେ ବିବାହ ବନ୍ଧନରେ ବାନ୍ଧି ହେବେ ରଣବୀର-ଦୀପିକା

କିଛି ଦିନ ହେବ ବଲିଉଡ଼୍‍ର ଲଭବାର୍ଡ଼ସ ରଣବୀର ସିଂହ ଓ ଦୀପିକା ପାଦୁକୋନ୍‌ଙ୍କ ବାହାଘରକୁ ନେଇ ଚର୍ଚ୍ଚା ଚାଲିଛି। ଉଭୟ ପକ୍ଷରୁ ଏହି ବାହାଘର ଲାଗି ପ୍ରସ୍ତୁତି ଚାଲିଥିବା ମଧ୍ୟ ଜଣାଯାଡ଼ିଛି। କିଛି ଦିନ ତଳେ ମୁମ୍ବାଇର ଏକ ଜୁଏଲାରୀ ଦୋକାନରେ ଦୀପିକା ପାଦୁକୋନ୍‌ଙ୍କ ମାଆ ଏବଂ ଭଉଣୀ ଗହଣା କିଣୁଥିବାର ଦେଖିବାକୁ ମିଳିଥିଲା।

ସୂଚନା ଅନୁଯାୟୀ,ମୁମ୍ବାଇର କୌଣସି ପଞ୍ଚତାରକା ହୋଟେଲ୍‌ରେ ରଣବୀର ଓ ଦୀପିକାଙ୍କର ବାହାଘର ଅନୁଷ୍ଠିତ ହେବ ।ଏଥିପାଇଁ ସେପ୍ଟେମ୍ବର ଓ ଡ଼ିସେମ୍ବର ମାସର ୪ଟି ତାରିଖକୁ ସ୍ଥିର କରାଯାଇଛି। ତେବେ ଏହି ତାରିଖଗୁଡ଼ିକ ସଂପର୍କରେ ଔପଚାରିକ ଘୋଷଣା ହୋଇନାହିଁ। ଏବେ ଏହି ପ୍ରେମୀଯୁଗଳ ମାଳଦ୍ୱୀପରେ ଛୁଟି କାଟୁଛନ୍ତି।

ରଣବୀର ଓ ଦୀପିକା ବିରାଟ-ଅନୁଷ୍କାଙ୍କ ଭଳି ଭାରତ ବାହାରେ ବାହା ହେବା ସପକ୍ଷରେ ଅଛନ୍ତି। କିନ୍ତୁ ରଣବୀରଙ୍କ ପରିବାର ଚାହୁଛନ୍ତି କି ମୁମ୍ବାଇରେ ହିଁ ଏହି ବାହାଘର ଆୟୋଜିତ ହେଉ,କାରଣ ତାଙ୍କର ଅଧିକାଂଶ ବନ୍ଧୁବାନ୍ଧବ ମୁମ୍ବାଇରେ ରହନ୍ତି ଓ ସେମାନେ ରଣବୀରଙ୍କ ବାହାଘର ଦେଖିବାକୁ ଚାହାଁନ୍ତି।

http://zeenews.india.com

ଆଉ ଏକ କଥା ବି ଶୁଣିବାକୁ ମିଳୁଛି ଯେ,ବାହାଘର ତାରିଖ ନିର୍ଦ୍ଧାରିତ ହୋଇସାରିଛି। ଏହି ବାହାଘରରେ ବଲିଉଡ଼୍‍ର କେତେକ ଜଣାଶୁଣା ସେଲିବ୍ରିଟିଙ୍କୁ ନିମନ୍ତ୍ରଣ କରାଯିବ। ତେବେ ମ୍ୟାରେଜ୍‌ ରିସେପ୍‌ସନ୍‌ ପାର୍ଟିକୁ ଅଧିକ ଭବ୍ୟ କରାଯିବାର ଯୋଜନା କରାଯାଇଛି।

ସମ୍ବନ୍ଧିତ ଖବର