ସିନେମା ହଲ୍‌ରେ ମୁକ୍ତିଲାଭ କରିବ ‘ଦିଲ୍‌ ବେଚାରା’

ସ୍ବର୍ଗତ ସୁଶାନ୍ତ ସିଂହ ରାଜପୁତଙ୍କ ଅଭିନୀତ ଚଳଚ୍ଚିତ ‘ଦିଲ୍‌ ବେଚାରା’ କରୋନା ମହାମାରୀ ଯୋଗୁଁ ଡିଜିଟାଲ୍‌ ପ୍ଲାଟଫର୍ମରେ ମୁକ୍ତିଲାଭ କରିଥିଲା। ଏହା ସଫଳତାର ଶୀର୍ଷ ଛୁଇଁଥିବା ବେଳେ ଏହାକୁ ସିନେମା ହଲ୍‌ରେ ରିଲିଜ୍‌ କରିବାକୁ ଯୋଜନା ଚାଲିଛି। ଅନ୍‌ଲକ୍‌-୫ରେ ଅକ୍ଟୋବର ୧୫ରୁ ସିନେମା ହଲ୍ ଖୋଲିବା ପରେ ଏହା ହଲ୍‌କୁ ଆସିବ ବୋଲି ଚର୍ଚ୍ଚା ହେଉଛି। ଏନେଇ ହଲ୍‌ଗୁଡ଼ିକ ଇଚ୍ଛା ପ୍ରକାଶ କରିଥିବା ଜଣାପଡ଼ିଛି। ସୁଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳି ସ୍ବରୂପ ହଲ୍‌ ଖୋଲିଲା ପରେ ‘ଦିଲ୍‌ ବେଚାରା’ ମୁକ୍ତିଲାଭ କରିବ। ଏଥିସହ ଡିଜିଟାଲ୍‌ ପ୍ଲାଟଫର୍ମରେ ମୁକ୍ତିଲାଭ କରିଥିବା ଅନେକ ଚଳଚ୍ଚିତ୍ର ବି ହଲ୍‌ରେ ମୁକ୍ତିଲାଭ କରିବ। କ୍ରିଷ୍ଟୋଫର୍‌ ନୋ‌ଲାନ୍‌ଙ୍କ ‘ଟେନେଟ୍‌’, କିଆରା ଆଡ୍‌ଭାନିଙ୍କ ‘ଇନ୍ଦୁ କି ଜୱାନି’, ‘ସୂରଜ ପେ ମଙ୍ଗଲ ଭାରି’ ଆଦି ଚଳଚ୍ଚିତ୍ର ବି ସିନେମା ହଲ୍‌ରେ ମୁକ୍ତିଲାଭ କରିବ। ତେବେ ମହାରାଷ୍ଟ୍ର ଓ ଅନ୍ୟ ରାଜ୍ୟଗୁଡ଼ିକରେ ସିନେମା ହଲ୍‌ ଖୋଲିବା ତାରିଖ ଘୋଷଣା ହେବା ପରେ ସିନେମାଗୁଡ଼ିକ କେବେ ମୁକ୍ତିଲାଭ କରିବ ତାହା ଚୂଡ଼ାନ୍ତ କରାଯିବ।

ସମ୍ବନ୍ଧିତ ଖବର