ଟ୍ରୋଲ୍‌ ହେଲେ ପର୍ବ ପାଇଁ କିଣାକିଣି କରିବାକୁ ସ୍ବାମୀ ସୋଏବ ଓ ଶାଶୂଙ୍କ ସହ ବଜାର ଯାଇଥିବା ଦୀପିକା

ମୁମ୍ବାଇ: ଟେଲି ଅଭିନେତ୍ରୀ ଦୀପିକା କକ୍କର ଗତ କିଛି ଦିନ ହେବ ବେଶ ଚର୍ଚ୍ଚାରେ ରହୁଛନ୍ତି। ସେ ଗର୍ଭବତୀ ଥିବା ଖବର ଜଣାପଡ଼ିବା ପରେ ତାଙ୍କୁ ନେଇ ଚର୍ଚ୍ଚା ବେଶି ହେଉଛି। ଖୁବ୍ ଶୀଘ୍ର ମାଆ ବନିବାକୁ ଯାଉଛନ୍ତି ‘ଶଶୁରାଲ୍‌ ସିମର୍‌ କା’ ଅଭିନେତ୍ରୀ ଦୀପିକା। ସେ ତାଙ୍କର ଗର୍ଭକାଳୀନ ସମୟକୁ ଢେର ଅଧିକ ଉପଭୋଗ କରୁଛନ୍ତି।

ରବିବାର ରାତିରେ ଦୀପିକାଙ୍କୁ ସ୍ବାମୀ ସୋଏବ ଓ ଶାଶୂଙ୍କ ସହ ଦେଖିବାକୁ ମିଳିଥିଲା। ଏହି ୩ ଜଣ ବଜାରକୁ କିଛି ସାମଗ୍ରୀ କିଣିବାକୁ ଯାଇଥିବା ବେଳେ ସେମାନଙ୍କୁ ଏକାସାଥିରେ ଦେଖିବାକୁ ମିଳିଥିଲା।

ସୋଏବ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ଫଟୋ ସେୟାର କରି ସେମାନେ ରମଦାନ ପାଇଁ କିଣାକିଣି କରିବାକୁ ଯାଇଥିବା କଥା ପ୍ରକାଶ କରିଥିଲେ। ସେମାନଙ୍କୁ ଏକ କପଡ଼ା ଦୋକାନରେ ବି ଦେଖିବାକୁ ମିଳିଥିଲା।

ଫଟୋରେ ଦୀପିକାଙ୍କୁ ଏକ ଫ୍ଲୋରାଲ୍‌ ପ୍ରିଣ୍ଟ୍‌ର ମେକ୍ସି ଗାଉନ୍‌ରେ ଦେଖିବାକୁ ମିଳିଥିବା ବେଳେ ସୋଏବ ଜିନ୍ସ ଓ ଟି-ସାର୍ଟ ପିନ୍ଧିଥିଲେ। ସେହିପରି ତାଙ୍କ ମାଆ ଏକ ସାଲୱାର ସୁଟ୍‌ ପରିଧାନ କରିଥିଲେ।

ଫଟୋରେ ଦୀପିକାଙ୍କ ‘ବେବି ବମ୍ପ୍‌’ ସ୍ପଷ୍ଟ ଦେଖିବାକୁ ମିଳିଥିଲା। ଏପରିକି ଦମ୍ପତି ଦୋକାନ ବାହାରେ ଫଟୋଗ୍ରାଫରଙ୍କୁ ଫଟୋ ପୋଜ୍‌ ବି ଦେଇଥିଲେ। ହେଲେ କିଛି ଲୋକ ଏବେ ଦୀପିକାଙ୍କୁ ଟ୍ରୋଲ୍‌ କରିବାରେ ଲାଗିଛନ୍ତି। ଅଭିନେତ୍ରୀ ଗର୍ଭବତୀ ଥିବା ସତ୍ତ୍ବେ କୌଣସି ଓଢ଼ଣା ନପକ‌ାଇଥିବାରୁ ତାଙ୍କୁ ସମାଲୋଚନା କରାଯାଉଛି।

ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ଓଢ଼ଣା ନପକାଉଛ ନାହିଁ, ଶରୀରକୁ ତ ଢାଙ୍କ’। ଅନ୍ୟ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ଲାଜ ଲାଗୁନି ଏପରି ପିନ୍ଧିବା ବେଳେ?’

ସମ୍ବନ୍ଧିତ ଖବର