‘ଏକ୍ ଭିଲେନ-୨’ରେ ନଜର ଆସିବେ ଅଭିନେତ୍ରୀ ତାରା ସୁତାରିଆର, ସ୍ପଷ୍ଟ କଲେ ମୋହିତ୍ ସୁରି

ମୁମ୍ବାଇ: ୨୦୧୪ରେ ରିଲିଜ୍ ହୋଇଥିବା ସୁପରହିଟ୍ ଫିଲ୍ମ ‘ଏକ୍ ଭିଲେନ’ର ଏବେ ଦ୍ବିତୀୟ ଭାଗ ନିର୍ମାଣ କରିବା ପାଇଁ ପ୍ରସ୍ତୁତ ହୋଇସାରିଛନ୍ତି ନିର୍ଦ୍ଦେଶକ-ପ୍ରଯୋଜକ। ଏହାର ପ୍ରଥମ ଭାଗରେ ଅଭିନେତ୍ରୀ ଶ୍ରଦ୍ଧା କପୁର ଓ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରାଙ୍କୁ ଦେଖିବାକୁ ମିଳିଥିଲା। କିନ୍ତୁ ଏହାର ଦ୍ବିତୀୟ ଭାଗରେ ସଂପୂର୍ଣ୍ଣ ଷ୍ଟାରକାଷ୍ଟକୁ ବଦଳାଇ ଦେଇଛନ୍ତି ନିର୍ଦ୍ଦେଶକ ମୋହିତ ସୁରି। ଦ୍ବିତୀୟ ଭାଗରେ ଅଭିନେତା ଜନ୍ ଆବ୍ରାହିମ୍, ଆଦିତ୍ୟ ରଏ କପୁର, ଅଭିନେତ୍ରୀ ଦିଶା ପଟାନୀ ନଜର ଆସିବେ ବୋଲି ପୂର୍ବରୁ ସ୍ପଷ୍ଟ କରିଥିଲେ ମୋହିତ। ଏବେ ଏହି ଟିମ୍ ସହ ନୂଆ ନାଁ ଯୋଡ଼ି ହୋଇଛି।

Image result for tara-sutaria
ABP Live – ABP News

ଏହି ଫିଲ୍ମରେ ଆଦିତ୍ୟଙ୍କ ନାୟିକା ଭାବେ ଅଭିନେତ୍ରୀ ତାରା ସୁତାରିଆ ନଜର ଆସିବେ। ତାରା ସାମିଲ ହେବା ପରେ ଏବେ ଟିମ୍ ପୂରା ହେବା ସହ ଖୁବ୍ ଶୀଘ୍ର ସୁଟିଂ ଆରମ୍ଭ ହେବ ବୋଲି ଜଣା ପଡ଼ିଛି। ଅସଲ ଜୀବନରେ ତାରା ଜଣେ ପେସାଦାର ଗାୟିକା ‌ହୋଇଥିବା ବେଳେ ତାଙ୍କୁ ଏହି ଫିଲ୍ମରେ ଗାୟିକାର ଚରିତ୍ରରେ ଦେଖିବାକୁ ପାଇବେ ଦର୍ଶକେ।

ସମ୍ବନ୍ଧିତ ଖବର