ସଲମାନ-ଶାହାରୁଖ୍‌ଙ୍କଠାରୁ ନିଜକୁ ଦୂରରେ ରଖନ୍ତି ଏହି ପ୍ରଯୋଜିକା, ପ୍ରଥମ ଥର ପାଇଁ ସର୍ବସମ୍ମୁଖରେ ଖୋଲିଲେ ଗୁମର

ମୁମ୍ବାଇ : ସଲମାନ ଖାନ୍‌ ଏବଂ ଶାହାରୁଖ୍‌ ଖାନ୍‌ ବଲିଉଡ଼ର ଦୁଇଟି ଏମିତି ନାଁ ଯାହାଙ୍କ ସହ ଚଳଚ୍ଚିତ୍ର ଜଗତର ସବୁ କଳାକାର କାମ କରିବାକୁ ଚାହିଁଥାନ୍ତି । ବୟସ ଏମାନଙ୍କ ପାଖରେ ହାର ମାନି ଥିବା ବେଳେ ଏବେ ମଧ୍ୟ ସେମାନେ ଇଣ୍ଡଷ୍ଟ୍ରିରେ ରାଜ କରି ଚାଲିଛନ୍ତି । ତେବେ ଏହି ଦୁଇ କଳାକାରଙ୍କ ସହ ଜଡ଼ିତ ଏକ କଥା ସାମ୍ନାକୁ ଆସିଛି । ଯାହାକୁ ଶୁଣିବା ପରେ ଆପଣମାନେ ମଧ୍ୟ ଆଶ୍ଚର୍ଯ୍ୟ ହେବେ । କଥାଟି ହେଲା, ଛୋଟ ପରଦା ଏବଂ ବଡ଼ ପରଦାରେ ପ୍ରଯୋଜନା ଦାୟିତ୍ୱ ତୁଲାଇ ସାରିଥିଲେ ମଧ୍ୟ ଏକତା କପୁର ସଲମାନ ଏବଂ ଶାହାରୁଖ୍‌ଙ୍କ ଭଳି କଳାକାରଙ୍କ ସହ ସେ କାମ କରିବାକୁ ଚାହାନ୍ତି ନାହିଁ । ଅନେକ ନୂଆ କଳାକାରମାନଙ୍କୁ ନିଜ ଧାରାବାହିକ ଏବଂ କ୍ଷୁଦ୍ର ଚଳଚ୍ଚିତ୍ରରେ ସୁଯୋଗ ଦେଇ ସେମାନଙ୍କ ଜୀବନରେ ସୁଧାର ଆଣିଥିବା ଏକତା ଏହି ଦୁଇ କଳାକାରଙ୍କ ସହ କାମ କରିବା ପାଇଁ ଆଦୌ ଇଚ୍ଛୁକ ନୁହଁ ବୋଲି ସର୍ବସମ୍ମୁଖରେ ସ୍ୱୀକାର କରିଥିବା ଦେଖିବାକୁ ମିଳିଛି ।

BizAsia

ତାଙ୍କ କହିବା ଅନୁଯାୟୀ, ‘ଯିଏ ଯେତେ ବଡ଼ କଳାକାର ସେ ସେତେ ବ୍ୟସ୍ତ ଏବଂ ସେମାନଙ୍କ ସହ କାମ କରିବାକୁ ହେଲେ ନିଜକୁ ସେତିକି ବ୍ୟସ୍ତ ରଖିବାକୁ ପଡ଼ିବ, ଯାହା କି ମୁଁ କରି ପାରିବି ନାହିଁ । ଏମିତି ଜମା ବି ନୁହଁ କି ମୋର ସେମାନଙ୍କ ସହ କିଛି ସେମିତି ଶତ୍ରୁତା ଅଛି । ପ୍ରକୃତ କଥା ହେଲା ସେମାନଙ୍କ ସମୟ ସହ ମୋ ସମୟ କେବେ ବି ଖାପ ଖାଇବ ନାହିଁ । ମୁଁ ଏ ପର୍ଯ୍ୟନ୍ତ ଏହି ଦୁଇ କଳାକାରଙ୍କୁ ନେଇ ଏଥି ପାଇଁ ଫିଲ୍ମ ତିଆରି କରି ନାହିଁ, କାରଣ ତାଙ୍କ ସହ ଫିଲ୍ମ କରିବାର ଯୋଜନା କରିବା ପାଇଁ ମୋ ୬ ମାସ ସମୟ ଖର୍ଚ୍ଚ କରିବାକୁ ପଡ଼ିବ, ଯାହାକି ମୁଁ କରି ପାରିବି ନାହିଁ ।’

ସମ୍ବନ୍ଧିତ ଖବର