ଖାଲି ଭାରତ ନୁହେଁ ଦୀପବୀରଙ୍କ ବିଦେଶୀ ଫ୍ୟାନ୍‌ ବି ଖୁସ୍‌; ଦୀର୍ଘ ପ୍ରତୀକ୍ଷା ପରେ ଏହି ଚର୍ଚ୍ଚିତ ଯୁଗଳଙ୍କ ଫଟୋ ଇଣ୍ଟର୍‌ନେଟ୍‌ରେ ବୁଲିଲା

ମୁମ୍ବାଇ: ରଣବୀର ସିଂହ ଓ ଦୀପିକା ପାଦୁକୋନ ଏବେ ପୂରାପୂରି ଭାବେ ପତି-ପତ୍ନୀ। ଇଟାଲିର ଲେକ୍‌ କୋମୋ ସହରରେ ଗତକାଲି ସେମାନଙ୍କର କୋଙ୍କଣ ରୀତି ଅନୁସାରେ ବିବାହ ସଂପନ୍ନ ହୋଇଥିବା ବେଳେ ଆଜି ଏହି ଦୁଇ ସୁପର୍‌ଷ୍ଟାର୍‌ ସିନ୍ଧି ରୀତି ଅନୁସାରେ ଦ୍ୱିତୀୟ ଥର ବିବାହ କରିଛନ୍ତି। ଗତ ୬ ବର୍ଷ ହେଲା ପରସ୍ପରଙ୍କୁ ଡେଟିଂ କରୁଥିବା ବେଳେ ଚଳିତବର୍ଷ ଅକ୍ଟୋବରରେ ନିଜ ସଂପର୍କକୁ ନେଇ ଖୁଲାସା କରିଥିଲେ ଏମାନେ। ତେବେ ରଣବୀର ଦୀପିକାଙ୍କ ବିବାହର ସ୍ୱତନ୍ତ୍ରତା ହେଉଛି ତାଙ୍କ ବିବାହ ସ୍ଥାନକୁ ଜଣକୁ ହେଲେ ବି କ୍ୟାମେରା କିମ୍ବା ମୋବାଇଲ୍‌ର କ୍ୟାମେରା ବ୍ୟବହାର କରିବାର ଅନୁମତି ନଥିଲା। ନିମନ୍ତ୍ରିତ ସମସ୍ତ ଅତିଥି ନିଜ ମୋବାଇଲ୍‌ର କ୍ୟାମେରାରେ ଷ୍ଟିକର୍‌ ଲଗାଇ ଭିତରକୁ ଆସିବାର ବନ୍ଦୋବସ୍ତ କରାଯାଇଥିଲା।

ତେବେ, ରଣବୀର ଓ ଦୀପିକାଙ୍କୁ ବର-ବଧୂ ବେଶରେ ଦେଖିବା ପାଇଁ ପ୍ରଶଂସକଙ୍କ ମନରେ ପ୍ରବଳ ଉତ୍ସୁକତା ଥିବା ସତ୍ତ୍ୱେ ଗୋଟାଏ ହେଲେ ବି ଫଟୋ ଦେଖିବାକୁ ମିଳିନଥିଲା। ଏପରିକି ତାଙ୍କ ବିବାହ ଉତ୍ସବ ସ୍ଥାନରେ ଜଣେ ନିଜର ଫଟୋ ଇନ୍‌ଷ୍ଟାରେ ଦେଇଥିଲେ ବି ଦୀପବୀର ତାଙ୍କୁ ତାହାକୁ ହଟାଇ ଦେବାକୁ ନିବେଦନ କରିଥିଲେ। ଦୀପବୀରଙ୍କ ଫଟୋ ପାଇଁ କେବଳ ଭାରତ ନୁହେଁ ଅନ୍ତର୍ଜାର୍ଜୀୟ ଗଣମାଧ୍ୟମରେ ବି ପ୍ରକାଶ ପାଇଥିଲା ଉତ୍ସୁକତା। ଶେଷରେ ସବୁ ପ୍ରତୀକ୍ଷାର ଶେଷ ଘଟିଛି। ଲୋକମାନଙ୍କ ସାମ୍ନାରେ ପହଞ୍ଚିଛି ଏହି ଚର୍ଚ୍ଚିତ ଯୁଗଳଙ୍କ ସୁନ୍ଦର ଫଟୋଚିତ୍ର।

ସମ୍ବନ୍ଧିତ ଖବର