୩୪ ବର୍ଷରେ ପାଦ ଦେଲେ ବଲିଉଡର କୋଏଲ ଶ୍ରେୟା ଘୋଷାଲ,ଦେଖନ୍ତୁ ଶ୍ରେୟାଙ୍କ ଶ୍ରେଷ୍ଠ ୧୫ଟି ଗୀତର ଭିଡ଼ିଓ

ମୁମ୍ବାଇ : ଆଜି ହେଉଛି ବଲିଉଡର କୋଏଲ ବା ଗୀତିକାର ଶ୍ରେୟା ଘୋଷାଲଙ୍କର ଜନ୍ମଦିନ, ଯାହାଙ୍କ ଗୀତ ଶୁଣିବା ପରେ ସମସ୍ତେ ଝୁମିବା ଆରମ୍ଭ କରନ୍ତି । ୪ ବର୍ଷ ବୟସରୁ ଗୀତ ଶିଖିବା ଆରମ୍ଭ କରିଥିବା ଶ୍ରେୟା ଆଜି ୩୪ବର୍ଷ ବୟସରେ ପାଦ ଥାପିଛନ୍ତି । ବହୁ ବଲିଉଡ୍‌ ଫିଲ୍ମରେ ନିଜର କଣ୍ଠଦାନ କରିଥିବା ଶ୍ରେୟା ଏବେ ବଲିଉଡର ଆଗଧାଡ଼ିର ପ୍ଲେବ୍ୟାକ୍‌ ସିଙ୍ଗରମାନଙ୍କ ମଧ୍ୟରୁ ଜଣେ । ପଶ୍ଚିମବଙ୍ଗର ମୁର୍ସିିଦାବାଦ୍‌ରେ ଜନ୍ମ ହୋଇଥିବା ଶ୍ରେୟାଙ୍କ ଅଧିକାଂଶ ସମୟ ଅତିବାହିତ ହୋଇଥିଲା ରାଜସ୍ଥାନର ରାଓ୍ଵତ୍‌ଭତାରେ । ବଲିଉଡରେ ୧୫ବର୍ଷର ଯାତ୍ରରେ ସେ ଅନେକ ଫିଲ୍ମକୁ ହିଟ୍‌ ଗୀତ ଦେଇଥିବା ବେଳେ ଶ୍ରେଷ୍ଠ ଗାୟିକା ଭାବେ ନ୍ୟାସ୍‌ନାଲ ଫିଲ୍ମ ଆଓ୍ଵାର୍ଡ଼, ଫିଲ୍ମ ଫେୟାର ଆଓ୍ଵାର୍ଡ଼, ଆରଡ଼ି ବର୍ମନ୍‌ ଆଓ୍ଵାର୍ଡ଼ ଭଳି ବହୁ ପୁରସ୍କାର ତାଙ୍କୁ ମିଳିସାରିଛି । ଏହା ସହ ୨୦୧୦ରେ ୟୁନାଇଟେଡ଼୍‍ ଷ୍ଟେଟ୍‌ ଅଫ୍‌ ଓହିୟୋ ତରଫରୁ ତାଙ୍କୁ ସମ୍ମାନିତ କରାଯାଇ ଜୁନ ୨୬କୁ ‘ଶ୍ରେୟା ଘୋଷାଲ ଡ଼େ’ ଭାବରେ ପାଳନ କରାଯିବ ବୋଲି ଘୋଷଣା କରା ଯାଇଥିଲା । ପ୍ରଥମେ ଶ୍ରେୟା ଲତା ମଙ୍ଗେସ୍‌କର ଗାଇଥିବା ଗୀତ ‘ଗନ୍‌ରାଜ ରାଙ୍ଗି ନଚାତୋ’ ଗୀତକୁ ମରାଠୀରେ ଗାଇଥିଲେ । ଏହା ପରେ ୧୯୯୮, ଜାନୁଆରି ୧ରେ ତାଙ୍କର ପ୍ରଥମ ଆଲବମ୍‌ ‘ବନ୍ଧେଚି ବୀଣା’ ରିଲିଜ ହୋଇଥିଲା ଯେଉଁଥିରେ ସେ ୧୪ଟି ଟ୍ରାକ୍‌ରେ ଗୀତ ଗାଇଥିଲେ । ଏବେ ସେ ଗୀତ ଗାଇବା ସହ ରିୟାଲିଟି ସୋ ‘ଇଣ୍ଡିଆନ ଆଇଡ଼ଲ’ରେ ବିଚାରକ ଦାୟିତ୍ୱ ତୁଲାଉଛନ୍ତି । ତେବେ ଆସନ୍ତୁ ଆଜି ତାଙ୍କ ଜନ୍ମଦିନରେ ସେ ଗାଇଥିବା ଶ୍ରେଷ୍ଠ ୧୫ଟି ଗୀତର ଭିଡିଓ ଦେଖିବା।


hindustantimes.com


hindustantimes.com

hindustantimes.com

hindustantimes.com

hindustantimes.com

hindustantimes.com

hindustantimes.com

hindustantimes.com

hindustantimes.com

hindustantimes.com

hindustantimes.com

hindustantimes.com

hindustantimes.com

hindustantimes.com

hindustantimes.com

ସମ୍ବନ୍ଧିତ ଖବର