ରାବିଡି ଦେବୀଙ୍କ ଭୂମିକାରେ ନଜର ଆସିବେ ହୁମା କ୍ୟୁରେସି

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ହୁମା କ୍ୟୁରେସି ଖୁବ ଶୀଘ୍ର ୱେବ ସିରିଜ ‘ମହାରାନୀ’ରେ ନଜର ଆସିବେ | ବିହାରର ରାଜନୈତିକ ଘଟଣାବଳୀକୁ କେନ୍ଦ୍ର କରି ନିର୍ମାଣ କରାଯାଇଥିବା ଏହି ୱେବ ସିରିଜର ଟିଜର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି | ତେବେ ଟିଜର ଦେଖି ଅନେକ ଲୋକଙ୍କ କହିବା କଥା ଯେ ଫିଲ୍ମରେ ହୁମା କ୍ୟୁରେସି ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବିଡି ଦେବୀଙ୍କ ଚରିତ୍ରରେ ଅଭିନୟ କରିଛନ୍ତି |

ତେବେ ଫିଲ୍ମ ମେକର୍ସଙ୍କ ପକ୍ଷରୁ ଏନେଇ ସ୍ପଷ୍ଟ କରାଯାଇନାହିଁ | ଫିଲ୍ମରେ ହୁମାଙ୍କ ନାମ ରାଣୀ ଭାରତୀ ଥିବାବେଳେ କିଭଳି ଜଣେ ଅଶିକ୍ଷିତ ମହିଳା ରୋଷେଇ ଘରର ଚାରି କାନ୍ଥରୁ ବାହାରି ବିହାରର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ସମ୍ଭାଳୁଛନ୍ତି ତାହା ଏହି ୱେବ ସିରିଜରେ ଦେଖିବାକୁ ମିଳିବ |


ଏହି ସିରିଜରେ ହୁମାଙ୍କ ବ୍ୟତୀତ ଅଭିନେତା ସୋହମ ସାହ ମଧ୍ୟ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି | ଏହି ୱେବ ସିରିଜରେ ହୁମାଙ୍କୁ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଛି | ହୁମା ମଥାରେ ବିନ୍ଦି ସାଙ୍ଗକୁ ସିନ୍ଦୁର ଲାଗିଥିବାବେଳେ ଏହାକୁ କରଣ ଶର୍ମା ନିର୍ଦ୍ଦେଶନା ଦେଇଛନ୍ତି |

ସମ୍ବନ୍ଧିତ ଖବର