୯୦ଦଶକରେ ସୋସିଆଲ ମିଡିଆ ଥିଲେ ଅନେକ ଲୋକଙ୍କର ପ୍ୟାଣ୍ଟ ଖୋଲି ଦେଇଥାନ୍ତି: ରବିନା ଟଣ୍ଡନ

ମୁମ୍ବାଇ: ଏବେ ସୋସିଆଲ ମିଡିଆ ପାଇଁ ଅନେକ କାମ ସହଜରେ ଶେଷ ହୋଇ ପାରୁଛି। ଲୋକେ ଘରେ ବସି ନିଜର ଲୋକଙ୍କ ସହ କଥା ହୋଇ ପାରିବା ସହ ନିଜ ଭାବନାକୁ ସମସ୍ତଙ୍କ ପାଖରେ ପହଞ୍ଚାଇ ପାରୁଛନ୍ତି। ଏଇ କିଛି ବର୍ଷ ହେବ ସୋସିଆଲ ମିଡିଆର ପ୍ରାଧାନ୍ୟ ବଢ଼ିବା ସହ ଅନେକ ଫିଲ୍ମ କଳାକାର ନିଜ ଫିଲ୍ମର ପ୍ରମୋସନ ଏହା ଜରିଆରେ ସହଜରେ କରି ପାରୁଛନ୍ତି। ଏମିତି କି ନିଜ ସହ ହେଉଥିବା ଅସଦାଚରଣର ବିଷୟରେ ସୋସିଆଲ ମିଡିଆ ଜରିଆରେ ଲୋକଙ୍କୁ ଜଣାଇ ପାରୁଛନ୍ତି। ଯାହାର ଏକ ବଡ଼ ଉଦାହରଣ ହେଉଛି #ମି ଠୁ। ଏହି ଅଭିଯାନରେ ଅନେକ ମହିଳା ସୋସିଆଲ ମିଡିଆ ଜରିଆରେ ଅନେକ ଲୋକଙ୍କ ଅସଲ ମୁଖା ଖୋଲିଥିଲେ। ଅନେକ କାମ ପାଇଁ ଏବେ ସୋସିଆଲ ମିଡିଆ ଏକ ଗୁରୁତ୍ବପୂର୍ଣ୍ଣ ମାଧ୍ୟମ ପାଲଟିଥିବା ବେଳେ ବଲିଉଡ୍ ଅଭିନେତ୍ରୀ ରବିନା ଟଣ୍ଡନ ଏ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି।

Image result for raveena-tandon"
Outlook India

ତାଙ୍କ କହିବା ଅନୁଯାୟୀ, ୯୦ଦଶକରେ ସୋସିଆଲ ମିଡିଆ ନଥିଲା ବୋଲି ମୁଁ ଏବେ ଦୁଃଖିତ। କାରଣ ସେ ସମୟରେ ସୋସିଆଲ ମିଡିଆ ନଥିବାରୁ ଆମେ ଆମର ସମସ୍ୟାକୁ ସମସ୍ତଙ୍କ ସାମ୍ନାକୁ ଆଣି ପାରୁ ନଥିଲୁ। ସେ ସମୟରେ ଯାହା ଖବରକାଗଜରେ ବାହାରେ ତାହାକୁ ଲୋକେ ବିଶ୍ବାସ କରନ୍ତି। ଆମକୁ ନିଜର ପ୍ରତିକ୍ରିୟା ରଖିବା ପାଇଁ ସୋସିଆଲ ମିଡିଆ‌ ଭଳି ମାଧ୍ୟମ ନଥିଲା। ସଫେଇ ଦେବା ପାଇଁ ଆମ ପାଖରେ କୌଣସି ମାଧ୍ୟମ ନଥିଲା। ସେ ସମୟରେ ଯଦି ମୋ ପାଖରେ ସୋସିଆଲ ମିଡିଆ ଥାନ୍ତା, ତେବେ ମୁଁ ଅନେକ ଲୋକଙ୍କ ପ୍ୟାଣ୍ଟ ଖୋଲି ଦେଇଥାନ୍ତି। ସେମାନଙ୍କ ଅସଲ ‌ଚେହେରା ସହଜରେ ସାମ୍ନାକୁ ଆଣି ପାରିଥାନ୍ତି।

ସମ୍ବନ୍ଧିତ ଖବର