କୁନି ତୈମୁର ଏବେ ବଡ଼ ହେଇଗଲେଣି; ଶିଖିଗଲେଣି ବଡ଼ ଭାଇର କର୍ତ୍ତବ୍ୟ

ମୁମ୍ବାଇ: ଗଣମାଧ୍ୟମରେ ଚର୍ଚ୍ଚିତ ପାଲଟିଥିବା ସୈଫ୍‌ ଅଲ୍ଲୀ ଖାନ୍‌ ଓ କରୀନା କପୁରଙ୍କ ବଡ଼ ପୁଅ ତୈମୁର୍‌ ଅଲ୍ଲୀ ଖାନ୍‌ ଏବେ ବଡ଼ ହୋଇଗଲେଣି। ବୟସରେ ବଡ଼ କଥା କହୁନାହୁଁ ମ। କହିବାର ଅର୍ଥ ହେଲା, ତୈମୁର୍‌ ଏବେ ବଡ଼ ଭାଇର କର୍ତ୍ତବ୍ୟ ଶିଖି ଗଲେଣି।

ନିକଟରେ ସୈଫ୍‌ ଅଲ୍ଲୀ ଖାନଙ୍କ ଭଉଣୀ ସବା ପଟୌଦୀ ତୈମୁର୍‌ ଓ ତାଙ୍କ ସାନ ଭାଇ ଜୈହ୍‌ଙ୍କର ୨ଟି ଫଟୋ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିଛନ୍ତି। ଫଟୋରେ ତୈମୁର୍‌ ତାଙ୍କ କୁନି ଭାଇର ଯତ୍ନ ନେଉଥିବାର ନଜର ଆସିଛନ୍ତି। ଫଟୋରେ ଦେଖିବାକୁ ମିଳିଛି ଯେ କୁନି ଭାଇ ଜୈହ କାଳେ ସୋଫାରୁ ତଳକୁ ଖସି ପଡ଼ିବ, ସେହି କାରଣରୁ ତୈମୁର ତାଙ୍କୁ କୁଣ୍ଢାଇ ଧରିଛନ୍ତି।

 

 

View this post on Instagram

 

A post shared by Saba (@sabapataudi)

ଆପଣ ଜାଣିଥିବେ ନିଶ୍ଚୟ ଯେ ଚଳିତବର୍ଷ ଫେବ୍ରୁଆରି ୨୧ ତାରିଖ‌ରେ ଅଭିନେତା ସୈଫ୍‌ ଅଲ୍ଲି ଖାନ୍‌ ଓ ଅଭିନେତ୍ରୀ କରୀନା କପୁର ଖାନ ‌ତାଙ୍କର ଦ୍ବିତୀୟ ଶିଶୁକୁ ଦୁନିଆକୁ ସ୍ବାଗତ କରିଛନ୍ତି। ଅର୍ଥାତ ଦ୍ବିତୀୟ ଥର ପାଇଁ ବି ଏକ ଶିଶୁ ପୁତ୍ରର ଜନକ-ଜନନୀ ସାଜିଛନ୍ତି ସୈଫ୍‌ ଓ କରୀନା।

ସୈଫ୍‌ଙ୍କ ପ୍ରଥମ ପତ୍ନୀଙ୍କ ଝିଅ ସାରା ଅଲ୍ଲୀ ଖାନ୍‌ କୁନି ଭାଇ ଜୈହ୍‌କୁ ଦେଖି ଏକ ସାକ୍ଷାତ୍‌କାରରେ କହିଥିଲେ କି ‘ସେ ମୋ‌ତେ ଦେଖିଲା ଓ ହସିଦେଲା। ଆଉ ମୁଁ ତରଳି ଗଲି।’ ସାରା ଆହୁରି ବି କହିଛନ୍ତି କି ସେ ତାଙ୍କ ବାପା ସୈଫ୍‌ଙ୍କ ସହ ଏକ ମଜାକ ସବୁବେଳେ କରି ଆସନ୍ତି। ସେ ତାଙ୍କ ଜୀବନର ପ୍ରତି ଦଶଂଧିରେ ଥରେ ବାପା ବନନ୍ତି। ୨୦, ୩୦, ୪୦ ଓ ଏବେ ୫୦ ଯୁକ୍ତ ବୟସରେ ଥିବା ସୈଫ୍‌ ୪ର୍ଥ ଥର ପାଇଁ ବାପା ବନି ସାରିଛନ୍ତି।

 

ସମ୍ବନ୍ଧିତ ଖବର