ଧର୍ମକୁ ନେଇ ମୋ ବାବଦରେ ମତ ରଖନାହିଁ: ବାବିଲ୍‌

ଅଭିନେତା ଇର୍‌ଫାନ୍‌ ଖାନଙ୍କ ପୁଅ ବାବିଲ୍‌ ଭିନ୍ନ ସଂପ୍ରଦାୟ ଦୃଷ୍ଟିରୁ ପ୍ରଭେଦର ଶିକାର ହେବା ପରେ ନିଜ ଇନଷ୍ଟାଗ୍ରାମ ପୋଷ୍ଟ୍‌ରେ ଭାବପ୍ରବଣ ବାର୍ତା ରଖିଛନ୍ତି। ବାବିଲ୍‌ କହିଛନ୍ତି, ମତେ ମୋ ସଂପ୍ରଦାୟ ବା ଧର୍ମକୁ ନେଇ ମୋ ବାବଦରେ ମତ ରଖିଥିବାରୁ ମୁଁ ଦୁଃଖିତ। ବାବିଲ୍‌ ନିଜ ଅନୁଭବକୁ ବ୍ୟକ୍ତ କରି ଲେଖିଥିଲେ, ରାଖୀ ବନ୍ଧନରେ ଛୁଟି ଦିଆଯାଉଥିବା ବେଳେ ଇଦ୍‌ରେ ବାଧ୍ୟତାମୂଳକ ଛୁଟିକୁ ବାତିଲ୍‌ କରିଦିଆଯାଇଥିଲା। ଏନେଇ ବାବିଲ୍‌ଙ୍କ ପୋଷ୍ଟ୍‌ରେ କିଛି ବ୍ୟକ୍ତି ତାଙ୍କୁ ରାଷ୍ଟ୍ର ବିରୋଧୀ ବୋଲି ଅଭିହିତ କରିବା ସହ ପାକିସ୍ତାନ ଚାଲିଯିବାକୁ ମନ୍ତବ୍ୟ ରଖିଥିଲେ। ତେବେ ମୁଁ ଭାରତକୁ ଭଲ ପାଏ। ତେଣୁ ତୁମେ ମତେ ରାଷ୍ଟ୍ର ବିରୋଧୀ ବୋଲି କହିପାରିବ ନାହିଁ। ମୁଁ ପ୍ରତିଜ୍ଞା କରୁଛି, ମୁଁ ଜଣେ ବକ୍ସର ହୋଇଥିବାରୁ ତୁମ ନାକ ଭାଙ୍ଗି ଦେବି।

ସମ୍ବନ୍ଧିତ ଖବର