କାଜଲ ଅଗ୍ରଓ୍ଵାଲଙ୍କୁ ଭେଟିବାକୁ ଚାହୁଁଥିବା ପ୍ରଶଂସକଙ୍କଠାରୁ ୭୫ଲକ୍ଷ ଟଙ୍କା ଠକି ନେଇଥିବା ଫିଲ୍ମ ପ୍ରଯୋଜକ ଗିରଫ

ନୂଆଦିଲ୍ଲୀ : ତାମିଲନାଡୁ ପୁଲିସ ଜଣେ ଫିଲ୍ମ ପ୍ରଯୋଜକଙ୍କୁ ଗିରଫ କରିଥିବା ଜଣା ପଡ଼ିଛି । ଗିରଫ କରିଥିବା ଅଭିଯୁକ୍ତଜଣଙ୍କ ଜଣେ ବ୍ୟବସାୟୀଙ୍କ ପୁଅକୁ ଅଭିନେତ୍ରୀ କାଜଲ ଅଗ୍ରଓ୍ଵାଲଙ୍କ ସହ ଭେଟ କରାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଯାହା ପାଇଁ ପ୍ରଯୋଜକଜଣଙ୍କ ୭୫ଲକ୍ଷ ଟଙ୍କା ନେଇଥିଲେ । ଅଭିଯୁକ୍ତ ପ୍ରଯୋଜକଙ୍କ ନାଁ ଗୋପାଳକ୍ରିଷ୍ଣା ବୋଲି ଜଣା ପଡ଼ିବା ସହ ତାଙ୍କୁ ଚେନ୍ନାଇର ଅଶୋକ ନଗରରେ ଥିବା ଏକ ଲଜ୍‌ରୁ ଗିରଫ କରିଥିଲା ପୁଲିସ ।

The Hans India

ମିଳିଥିବା ସୂଚନା ଅନୁଯାୟୀ, ଗୋପାଳକ୍ରିଷ୍ଣାଙ୍କୁ ଏବେ ରାମନାଥପୁରମ୍‌ରେ ରଖାଯାଇଥିବା ବେଳେ ତାଙ୍କ ଠାରୁ ୯ଲକ୍ଷ ଟଙ୍କା ଜବତ କରାଯାଇଛି । ଗୋପାଳକ୍ରିଷ୍ଣା ପ୍ରଦୀପ କୁମାରଙ୍କୁ ଫୋନ କରିବା ସହ କେଉଁ ସାଉଥ୍‌ ଷ୍ଟାରଙ୍କୁ ଦେଖା କରିବା ପାଇଁ ଚାହୁଁଛ । ଫଟୋ ବାଛି କୁହ ବୋଲି କହିଥିଲେ । ଏହା ସହ ପ୍ରଦୀପଙ୍କୁ ତାଙ୍କ ପରିଚୟ ପତ୍ର ସହ ତାଙ୍କର କିଛି ଫଟୋ ଦେବା ପାଇଁ କହିଥିଲେ । ପ୍ରଦୀପ କାଜଲଙ୍କୁ ଦେଖା କରିବା ପାଇଁ କହିବା ସହ ନିଜର ଫଟୋ ଓ ପରିଚୟ ପତ୍ର ଦେଇଥିଲେ । କାଜଲ ଦୁଇ ଦିନ ପରେ ରାମନାଥପୁରମ ଆସୁଛନ୍ତି ଓ ଦେଖା ହେବା ପାଇଁ ତୁମକୁ ପ୍ରଥମେ ୫୦,୦୦୦ଟଙ୍କା ଦେବାକୁ ହେବ ବୋଲି କହିଥିଲେ ଗୋପାଳକ୍ରିଷ୍ଣା । ପ୍ରଦୀପ ୫୦,୦୦୦ଟଙ୍କା ଦେବା ପରେ ସେ ଜଣେ ବଡ଼ ବ୍ୟବସାୟୀଙ୍କ ପୁଅ ବୋଲି ଜାଣି ଗୋପାଳକ୍ରିଷ୍ଣା କାଜଲଙ୍କ ସହ ତାଙ୍କ ଫଟୋକୁ ଲଗାଇ ତାଙ୍କୁ ବ୍ଲାକ୍‌ମେଲ କରିବା ଆରମ୍ଭ କରିଥିଲେ । ଏହା ସହ ତାଙ୍କଠାରୁ ୭୫ଲକ୍ଷ ଟଙ୍କା ଠକି ନେଇଥିଲେ । ବାରମ୍ବାର ବ୍ଲାକ୍‌ମେଲିଂର ଶିକାର ହେବା ପରେ ପ୍ରଦୀପ କୋଲକାତା ଯିବା ସହ ଘରକୁ ଫୋନ କରି ଆତ୍ମହତ୍ୟା କରିବାକୁ ଚାହୁଁଛି ବୋଲି କହିଥିଲେ । ଏହା ପରେ ପ୍ରଦୀପଙ୍କ ବାପା ପୁଲିସର ସହାୟତାରେ ପ୍ରଦୀପଙ୍କୁ ଜୁଲାଇ ପ୍ରଥମ ସପ୍ତାହରେ କୋଲକାତାରୁ ଉଦ୍ଧାର କରିଥିଲେ । ପରେ ସେ ପଠାଇଥିବା ବ୍ୟାଙ୍କ ଆକଉଣ୍ଟକୁ ଯାଞ୍ଚକରି ପୁଲିସ ଗୋପାଳକ୍ରିଷ୍ଣାଙ୍କ ପାଖରେ ପହଞ୍ଚିଥିଲା ବୋଲି ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର