୩୦ଘଣ୍ଟାର ଅସ୍ତ୍ରୋପଚାର ପରେ ଦୁଇ ବାଂଲାଦେଶୀ ଯୋଡ଼ାମୁଣ୍ଡ ଶିଶୁଙ୍କୁ ଅଲଗା କରିବାରେ ସଫଳ ହେଲେ ଡାକ୍ତର

ନୂଆଦିଲ୍ଲୀ : ୩୦ଘଣ୍ଟାର ଅସ୍ତ୍ରୋପଚାର ପରେ ଦୁଇ ବାଂଲାଦେଶୀ ଯମଜ ଯୋଡ଼ାମୁଣ୍ଡ ଶିଶୁଙ୍କୁ  ଅଲଗା କରିବାରେ ସଫଳ ହୋଇଛନ୍ତି ହଙ୍ଗେରୀର ଡାକ୍ତରୀ ଟିମ୍‌। ୩ବର୍ଷର ଦୁଇ ଭଉଣୀ ରବୈୟା ଓ ରୁକୈୟାଙ୍କର ଜନ୍ମରୁ ମୁଣ୍ଡ ଯୋଡ଼ି ହୋଇ ରହିଥିଲା । ଭ୍ରୁଣ ସମ୍ବନ୍ଧିତ ବିକାର ଥିବାରୁ ଏଭଳି ସମସ୍ୟା ଉପୁଜିଥିବା ବେଳେ ଏବେ ଦୁହିଁଙ୍କ ମୁଣ୍ଡ ଅଲଗା କରାଯାଇଛି । ବଞ୍ଚିବାର ୫୦ପ୍ରତିଶତ ସୁଯୋଗ ଥିବା ଜାଣି ମଧ୍ୟ ରବୈୟା ଓ ରୁକୈୟାଙ୍କ ବାପା ଅସ୍ତ୍ରୋପଚାର ପାଇଁ ରାଜି ହୋଇଥିଲେ । ଏବେ ଦୁଇ ଝିଅଙ୍କୁ ସଂପୂର୍ଣ୍ଣ ସୁସ୍ଥ ଥିବା ଦେଖି ସେ ଖୁବ୍‌ ଖୁସି ଅଛନ୍ତି ।

Image result for operation
Shutterstock

ନ୍ୟୁରୋସର୍ଜନ ଏଣ୍ଡ୍ରାସ କୋସୟଙ୍କ ଅନୁଯାୟୀ, ରବୈୟା ଓ ରୁକୈୟାଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ସ୍ଥିର ରହିଛି । ଦୁହେଁ ଖୁବ୍‌ ଶୀଘ୍ର ଭଲ ହେବାରେ ଲାଗିଛନ୍ତି । ଅସ୍ତ୍ରୋପଚାର ପାଇଁ ୩୦ଘଣ୍ଟା ସମୟ ଲାଗିଥିବା ବେଳେ ୩୫ଜଣ ଡାକ୍ତର ମିଶି ଏହାକୁ ସଫଳ କରିଥିଲେ । ବଞ୍ଚିବାର ୫୦ପ୍ରତିଶତ ସୁଯୋଗ ଥିବା ଜାଣି ମଧ୍ୟ ଆମେ ଏହାକୁ ଚ୍ୟାଲେଞ୍ଜ ଆକାରରେ ନେବା ସହ ସଫଳ ହୋଇଛୁ ।

ସମ୍ବନ୍ଧିତ ଖବର