କୁକୁଡ଼ା ମାଂସ ତରକାରୀର ନାମ ବ୍ରାହ୍ମଣ ଜାତି ସହ ଜଡ଼ିତ ଶବ୍ଦକୁ ନେଇ ରଖିଥିବାରୁ କ୍ଷମା ମାଗିଲା ମଦୁରାଇର ହୋଟେଲ

ମଦୁରାଇ : ନିଜ ହୋଟେଲରେ ବ୍ରାହ୍ମଣ ସମ୍ପ୍ରଦାୟକୁ ନେଇ କୁକୁଡ଼ା ମାଂସ ତରକାରୀର ନାଁ ରଖିଥିବାରୁ ବିବାଦ ଆରମ୍ଭ ହୋଇଥିଲା । ମଦୁରାଇରେ ଥିବା ହୋଟେଲ ମିଲାଗୁରେ ଲୋକମାନଙ୍କୁ ଦିଆଯାଉଥିବା କୁକୁଡ଼ା ମାଂସ ତରକାରୀର ନାଁ କୁମ୍ବକୋନମ ଆୟାର ଚିକେନ ବୋଲି ରଖାଯାଇଥିଲା । ଯାହାକୁ ଦେଖି ହିନ୍ଦୁ ବ୍ରାହ୍ମଣ ସମ୍ପ୍ରଦାୟ ହୋଟେଲର କର୍ତ୍ତୃପକ୍ଷଙ୍କୁ ଯାଇ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ହୋଟେଲର କର୍ତ୍ତୃପକ୍ଷ ନାଁକୁ ବଦଳାଇଥିବା ଜଣା ପଡ଼ିଛି ।

Times of India

ହୋଟେଲ ପକ୍ଷରୁ ଏକ ବୟାନ ଜାରି କରାଯାଇ, ବ୍ରାହ୍ମଣ ସମ୍ପ୍ରଦାୟର ପ୍ରତିନିଧିମାନେ ଆମକୁ ଦେଖା ହେବା ସହ କୁମ୍ବକୋନମ ଆୟାର ଚିକେନ ନାଁକୁ ନେଇ ନିଜର ଅସନ୍ତୋଷ ଜାହିର କରିଥିଲେ । ଆମେ ତାଙ୍କୁ ଏ ନେଇ କ୍ଷମା ମାଗିବା ସହ ଏହି ନାଁକୁ ହଟାଇ ଦେଇଛୁ । ଆଗକୁ ଆମ ଖାଦ୍ୟ ସୂଚୀରେ ଏହି ନାଁ ରହିବ ନାହିଁ । ତେବେ ଏଭଳି ଘଟଣା ନୂଆ ନୁହେଁ । ପୂର୍ବରୁ ହୋଟେଲରେ ପରଷା ଯାଉଥିବା ଖାଦ୍ୟର ନାଁକୁ ନେଇ ଅନେକ ଥର ବିବାଦ ଦେଖାଯାଇଛି ।

ସମ୍ବନ୍ଧିତ ଖବର