କରଣ ଜୋହରଙ୍କ ‘କଲଙ୍କ୍‌’ର ରିଲିଜ୍‌ ତାରିଖ ବଦଳିଗଲା

ମୁମ୍ବାଇ: ବଲିଉଡର ଲୋକପ୍ରିୟ ନିର୍ମାତା କରଣ ଜୋହରଙ୍କ ଆଗାମୀ ସିନେମା ‘କଲଙ୍କ୍‌’ର ରିଲିଜ୍‌ ତାରିଖ ବଦଳିଯାଇଛି। ଏହି ଫିଲ୍ମ ଏପ୍ରିଲ୍‌ ୧୯ ତାରିଖରେ ରିଲିଜ୍‌ ହେବାର ଥିଲା। ମାତ୍ର ଏବେ ୧୯ ପରିବର୍ତ୍ତେ ଏପ୍ରିଲ୍‌ ୧୭ ତାରିଖରେ ମୁକ୍ତିଲାଭ କରିବ। ‘କଲଙ୍କ୍‌’ର ଟ୍ରେଲର୍‌ ମାର୍ଚ୍ଚ ୧୨ ତାରିଖରେ ରିଲିଜ୍‌ ହେବ। ଫିଲ୍ମର ରିଲିଜ୍‌ ତାରିଖ ବଦଳିବା ପଛରେ ଏକ ବଡ଼ କାରଣ ଥିବା କୁହାଯାଉଛି। କୁହାଯାଉଛି ଯେ,ପ୍ରଯୋଜକ ମହାବୀର ଜୟନ୍ତୀ ଓ ଗୁଡ୍‌ ଫ୍ରାଇଡେକୁ ଆଖି ଆଗରେ ରଖି ‘କଲଙ୍କ୍‌’ର ରିଲିଜ୍‌ ତାରିଖକୁ ବଦଳାଇ ଦେଇଛନ୍ତି। ଲଗାତାର ଛୁଟି ଥିବା କାରଣରୁ ଏପରି କରାଯାଇଥିବା କୁହାଯାଉଛି।

ଅଭିଷେକ ବର୍ମନଙ୍କ ନିର୍ଦ୍ଦେଶିତ ‘କଲଙ୍କ୍‌’ରେ ବରୁଣ ଧଓ୍ଵନ୍‌,ଆଲିଆ ଭଟ୍ଟ,ମାଧୁରୀ ଦୀକ୍ଷିତ,ସଂଜୟ ଦତ୍ତ,ସୋନାକ୍ଷୀ ସିହ୍ନା ଓ ଆଦିତ୍ୟ ରୟ କପୁର ପ୍ରମୁଖ ମୁଖ୍ୟ ଭୂମିକାରେ ଅଛନ୍ତି। ଦୀର୍ଘ ବର୍ଷର ବ୍ୟବଧାନ ପରେ ପୁଣିଥରେ ‘କଲଙ୍କ୍‌’ରେ ସଂଜୟ ଦତ୍ତ-ମାଧୁରୀ ଦୀକ୍ଷିତ ପରଦାକୁ ଆସୁଥିବା ହେତୁ ଏହାକୁ ଦର୍ଶକ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ଠିକ୍‌ ସେହିପରି ବଲିଉଡର ହଟ୍‌ ଯୋଡ଼ି ବରୁଣ ଧଓ୍ଵନ୍‌-ଆଲିଆ ଭଟ୍ଟଙ୍କ ପାଇଁ ବି ‘କଲଙ୍କ୍‌’ର କ୍ରେଜ୍‌ ରହିଛି।

‘କଲଙ୍କ୍‌’ ହେଉଛି ୧୯୪୦ ମସିହାର କଥାବସ୍ତୁ। ଏହାର ମୂଳ ଆଧାର ହେଉଛି ଭାରତ-ପାକ୍‌ ବିଭାଜନ।ଏଠାରେ ସୂଚନାଯୋଗ୍ୟ ଯେ ‘କଲଙ୍କ୍‌’ର ପ୍ରଥମ ଟାଇଟଲ୍‌ ଥିଲା ‘ସିଦ୍ଦତ୍‌’। ଏଥିରେ ସଂଜୟ ଦତ୍ତଙ୍କ ଅପୋଜିଟ୍‌ରେ ଶ୍ରୀଦେବୀ କାମ କରିବାର ଥିଲା,ହେଲେ ଶ୍ରୀଦେବୀଙ୍କ ମୃତ୍ୟୁପରେ ମାଧୁରୀଙ୍କୁ ନିଆଯାଇଥିଲା।

ସମ୍ବନ୍ଧିତ ଖବର