କପିଲଙ୍କୁ ବିବାହ ପାଇଁ ଶୁଭେଚ୍ଛା ଜଣାଇଲେ ସୁନିଲ, ପାଜି ଲେଖି ଧନ୍ୟବାଦ ଦେଲେ କମେଡି କିଙ୍ଗ୍‌

ମୁମ୍ବାଇ: କପିଲ ଶର୍ମା ଓ ସୁନିଲ ଗ୍ରୋଭରଙ୍କୁ ଦର୍ଶକ କେବଳ ତାଙ୍କ ସୋ’ ‘କମେଡି ନାଇଟ୍ସ ଉଇଥ୍‌ କପିଲ’ ଜରିଆରେ ଜାଣନ୍ତି ନାହିଁ। ବରଂ ସେ ଦୁହଁଙ୍କ ବନ୍ଧୁତା ଓ ପରେ ଦୁହଁଙ୍କ ଭିତରେ ସୃଷ୍ଟି ହୋଇଥିବା ତିକ୍ତତା ତାଙ୍କୁ ଦର୍ଶକଙ୍କ ମହଲରେ ବେଶି ଚର୍ଚ୍ଚା ସଜାଇଥିଲା।

ନିକଟରେ କପିଲ ତାଙ୍କର ଦୀର୍ଘ ଦିନର ପ୍ରେମିକା ଗିନି ଚତୁର୍ଥଙ୍କୁ ବିବାହ କରିଛନ୍ତି। ତେବେ ସୂଚନା ରହିଥିଲା ଯେ ମୁମ୍ବାଇରେ ଆୟୋଜିତ ହୋଇଥିବା କପିଲଙ୍କ ରିସେପସନ୍‌ ପାର୍ଟିରେ ସୁନିଲ ଦେଖିବାକୁ ମିଳିବେ। ମତ୍ର ସୁନିଲ ଗ୍ରେଭର ସେଠାରେ ଉପସ୍ଥିତ ହୋଇନଥିଲେ।

 

ସୁନିଲ ତାଙ୍କ ଟୁଇଟର୍‌ରେ କପିଲଙ୍କୁ ତାଙ୍କର ବିବାହ ପାଇଁ ଶୁଭେଚ୍ଛା ଦେବା ପରେ କପିଲ ତାହାର ଉତ୍ତର ରଖିଛନ୍ତି। ସୁନିଲ ଟୁଇଟ୍‌ କରି ଲେଖିଛନ୍ତି, ‘ପକିଲ ଶର୍ମା ଓ ଗିନି ଚତୁର୍ଥଙ୍କୁ ବିବାହ ପାଇଁ ଶୁଭେଚ୍ଛା। ଭଗବାନ ତୁମ ଦୁହିଁଙ୍କୁ ଖୁସିରେ ରଖନ୍ତୁ ଓ ଦୁହେଁ ସଦା ସାଥି ହୋଇ ରୁହ। ଶୁଭେଚ୍ଛା।’

ଏହାର ଉତ୍ତରରେ କପିଲ ଲେଖିଛନ୍ତି, ‘ଧନ୍ୟବାଦ ପାଜି। ଆମେ ତୁମକୁ ମିସ୍‌ କଲୁ। ତୁମ ପାଇଁ ସବୁବେଳେ ଭଲପାଇବା ଓ ଶୁଭେଚ୍ଛା।

ସମ୍ବନ୍ଧିତ ଖବର