ଗରିଲା ଆକ୍ରମଣର ସାମ୍ନା କରିବାକୁ ପ୍ରଥମ ଥର ପାଇଁ ୬ଟି ଅସ୍ତ୍ରଶସ୍ତ୍ର ସଜ୍ଜିତ ବୁଲେଟ୍‌ ପ୍ରୁଫ୍‌ ଗାଡ଼ି ଦିଲ୍ଲୀ ବିମାନ ବନ୍ଦରରେ ମୁତୟନ କରାଯିବ

ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ଦେଶରେ ଗରିଲା ଆକ୍ରମଣକୁ ରୋକିବା ପାଇଁ ଦିଲ୍ଲୀ ବିମାନବନ୍ଦରରେ ୬ଟି ବୁଲେଟ୍‌ପ୍ରୁଫ୍‌ ଗାଡ଼ି ନିୟୋଜିତ କରାଯିବ ବୋଲି ଜଣାପଡ଼ିଛି । ଏହି ଗାଡ଼ିରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଖଞ୍ଜା ଯାଇଥିବା ବେଳେ ଏବେ ଅହମ୍ମଦାବାଦ୍‌ରେ ଏହାର ବାଲିଷ୍ଟିକ୍‌ ଟ୍ରେନିଙ୍ଗ ଚାଲୁଥିବା ସୂଚନା ମିଳିଛି ।

Hindustan Times

ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ଅଧିକାରୀଙ୍କ କହିବା ଅନୁଯାୟୀ, ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସଜ୍ଜିତ ବୁଲେଟ୍‌ ପ୍ରୁଫ୍‌ ଗାଡ଼ି ବ୍ୟବହାର କରିବାରେ ଭାରତରେ ଦିଲ୍ଲୀ ପ୍ରଥମ ବିମାନବନ୍ଦର ହେବ । ଦିଲ୍ଲୀ ପରେ ଆଗାମୀ ଦିନରେ ଏହି ଶ୍ରେଣୀୟ ଗାଡ଼ି ଅହମ୍ମଦାବାଦ୍‌, ମୁମ୍ବାଇ ଏବଂ ଚେନ୍ନାଇରେ ନିୟୋଜିତ କରାଯିବ। ଆତଙ୍କବାଦୀ ଆକ୍ରମଣ ହେଲେ ତାର ମୁକାବିଲା କରିବ ଏହି ଗାଡ଼ି। ପୁଣି ଆକ୍ରମଣ ଦ୍ୱାରା ହେଉଥିବା କ୍ଷତିକୁ ଏହା କମ କରାଇବା ବୋଲି ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ଅଧିକାରୀ କହିଛନ୍ତି । ଏବେ ଗରିଲା ଆକ୍ରମଣ ଚିନ୍ତାର ବିଷୟ ପାଲଟିଥିବା ବେଳେ ସୁରକ୍ଷାକର୍ମୀମାନେ ଏହି ଗାଡ଼ିର ବ୍ୟବହାର କରି ଆକ୍ରମଣକୁ ରୋକି ପାରିବେ । ଏହି ଗାଡ଼ିର ବ୍ୟବହାର କରି ସେ ନିଜକୁ ବିପଦରେ ନ ପକାଇ ତାହାର ସାମ୍ନା କରି ପାରିବେ ବୋଲି ଜଣାପଡ଼ିଛି ।

ସମ୍ବନ୍ଧିତ ଖବର