ଆମେରିକାର ‘ମଦର ଅଫ ଅଲ ବମସ୍‌’ର ଜବାବ ଦେବାକୁ ଚୀନ ତିଆରି କଲା ସବୁଠୁ ଶକ୍ତିଶାଳୀ ବୋମା

ବେଜିଂ : ଆମେରିକା ପାଖରେ ଏକ ଶକ୍ତିଶାଳୀ ଅଣ-ପରମାଣୁ ବୋମା ରହିଛି । ଯାହାକୁ କୁହାଯାଏ ମଦର ଅଫ ଅଲ ବମସ ବା ସବୁ ବୋମାଙ୍କ ମା’ । ପରମାଣୁ ବୋମା ପରେ ଏହା ହିଁ ହେଉଛି ବିଶ୍ୱର ସବୁଠାରୁ ଶକ୍ତିଶାଳୀ ବୋମା । ଏବେ ଚୀନ ଆମେରିକାର ଏହି ବୋମାକୁ ଜବାବ ଦେବାଭଳି ଏକ ବୋମା ତିଆରି କରିଥିବା ଦାବି କରିଛି ।

ଏହି ବୋମା ଆମେରିକାର ମଦର ଅଫ ଅଲ ବମସ ପରି ଶକ୍ତିଶାଳୀ ବୋଲି ଚୀନର ସରକାରୀ ନିୟନ୍ତ୍ରଣାଧୀନ ଗଣମାଧ୍ୟମ ଗ୍ଲୋବାଲ ଟାଇମ୍ସ ଦାବି କରିଛି । ଏହି ବୋମାକୁ ଚୀନର ପ୍ରତିରକ୍ଷା ସାମଗ୍ରୀ ନିର୍ମାଣକାରୀ କମ୍ପାନି ନରିନକୋ ପକ୍ଷରୁ ନିର୍ମାଣ କରାଯାଇଛି । ଏହାକୁ ଗତ ଡିସେମ୍ବର ଶେଷ ବେଳକୁ ଚୀନର ଏକ ଅଜ୍ଞାତ ସ୍ଥାନରେ ପରୀକ୍ଷା କରାଯାଇଥିଲା । ଚୀନର ଏକ ବିମାନ ଏଚ୬କେରୁ ଏହାକୁ ଆକାଶମାର୍ଗରୁ ପକାଯାଇଥିଲା । ଏହା ଏକ ବିରାଟ ବିସ୍ଫୋରଣ କରି ବ୍ୟାପକ କ୍ଷତି କରିଥିିବା ଚୀନ ଦାବି କରିଛି । ଏହି ମୋବାର ଧ୍ୱଂସକାରୀ ଶକ୍ତିକୁ ଦେଖାଇବା ପାଇଁ କମ୍ପାନି ପକ୍ଷରୁ ଏକ ଭିଡିଓ ମଧ୍ୟ ରିଲିଜ କରାଯାଇଛି । ଗତ ବର୍ଷ ଆଫଗାନିସ୍ଥାନରେ ଆଇଏସ ଉପରେ ଆମେରିକା ମଦର ଅଫ ଅଲ ବମସ ପକାଇଥିଲା ।

ସମ୍ବନ୍ଧିତ ଖବର