କଥା କଥାରେ ପ୍ରିୟଙ୍କାଙ୍କୁ ପରିହାସ କରିଦେଲେ କରୀନା: କହିଲେ; ହଲିଉଡ୍‌ ଯାଇ କେଉଁଠୁ ଆସିଛ ତାହା ଭୁଲ ନାହିଁ, ହେଲେ ଏଭଳି ଥିଲା ପ୍ରିୟଙ୍କାଙ୍କ ପ୍ରତିକ୍ରିୟା…

ମୁମ୍ବାଇ: ‘କଫି ଉଇଥ୍‌ କରଣର ସିଜିନ୍‌-୬’ ଆରମ୍ଭ ହେବା ପରଠାରୁ ଏହା ବିବାଦରେ ରହି ଆସିଛି । କଳାକାରମାନେ ଏଠାକୁ ଆସି ଯେଉଁ ସବୁ ବିବାଦୀୟ ଖୁଲାସା କରିଥାନ୍ତି, ତାହାକୁ ନେଇ ପରେ ବିବାଦ ଆରମ୍ଭ ହୋଇ ଯାଇଥାଏ । କିଛି ଦିନ ତଳେ ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କେ.ଏଲ୍‌ ରାହୁଲ କଫି ଉଇଥ୍‌ କରଣକୁ ଆସି ମହିଳାମାନଙ୍କୁ ନେଇ ଯେଉଁ ବିବାଦୀୟ ମନ୍ତବ୍ୟ ଦେଇଥିଲେ, ପରେ ତାଙ୍କୁ ନେଇ ବିବାଦ ଆରମ୍ଭ ହୋଇ ଯାଇଥିଲା ।

ପୁଣି ଥରେ ସେଭଳି କିଛି କଥାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଖାନ୍‌ ଏବଂ ପ୍ରିୟଙ୍କା ଚୋପ୍ରା ଏକା ସାଙ୍ଗରେ ‘କଫି ଉଇଥ୍‌ କରଣର ସିଜିନ୍‌-୬’ରେ ନଜର ଆସିଥିଲେ । ଦୁହେଁ ଏହି ସୋ’କୁ ଆସି ମଜା ମସ୍ତି କରିଥିବା ବେଳେ ଗୋଟେ ପ୍ରଶ୍ନକୁ ନେଇ କରୀନା ପ୍ରିୟଙ୍କାଙ୍କୁ ପରିହାସ କରି ଦେଇଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

India TV

ସୂଚନା ମୁତାବକ, ଅଭିନେତ୍ରୀ କରୀନା କପୁର ଖାନ୍‌, ପ୍ରିୟଙ୍କା ଚୋପ୍ରା ଏବଂ କରଣ ଜୋହର ଅଭିନେତା ବରୁଣ ଧାଓ୍ଵନଙ୍କ ପ୍ରେମ ସଂପର୍କକୁ ନେଇ ଚର୍ଚ୍ଚା କରୁଥିବା ବେଳେ ବରୁଣ କାହାକୁ ଡେଟ୍‌ କରୁଛନ୍ତି ବୋଲି କରୀନା ପ୍ରିୟଙ୍କାଙ୍କୁ ପ୍ରଶ୍ନ କରିଥିଲେ । କିନ୍ତୁ ପ୍ରଶ୍ନ ଶୁଣି ଜାଣି ନଥିବା କହିଥିଲେ ପ୍ରିୟଙ୍କା । ପ୍ରିୟଙ୍କା ଜାଣି ନଥିବା ଜାଣି ହଲିଉଡ୍‌ ଯାଇ କେଉଁଠୁ ଆସିଛ ତୁମେ ତାହା ଭୁଲ ନାହିଁ ବୋଲି କରୀନା ପ୍ରିୟଙ୍କାଙ୍କୁ କହିଥିଲେ । ଏହା ପରେ ୩ଜଣ ହସିବାକୁ ଲାଗିଥିଲେ । କରୀନା ଏହା ଥଟ୍ଟାରେ କହିଥିଲେ ମଧ୍ୟ ସୋସିଆଲ ମିଡିଆରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ସମ୍ବନ୍ଧିତ ଖବର