ମେ ୯ ତାରିଖରୁ ‘କୌନ ବନେଗା କରୋଡ଼ପତି’ର ପଞ୍ଜିକରଣ ଆରମ୍ଭ

ମୁମ୍ବାଇ: ଦୀର୍ଘ ଦିନ ଧରି କରୋନା ଭାଇରସ୍‌ ପାଇଁ ଲୋକେ ଦୁଃଖୀ ରହୁଥିବା ବେଳେ ଏବେ ଆପଣଙ୍କ ପାଇଁ ଏକ ମନୋରଞ୍ଜନ ଖବର। ମେଗା ଷ୍ଟାର୍‌ ଅମିତାଭ ବଚ୍ଚନ ହୋଷ୍ଟ୍‌ କରୁଥିବା ଅତି ଲୋକପ୍ରିୟ ସୋ ‘କୌନ୍‌ ବନେଗା କରୋଡ଼ପତି’ର ପଞ୍ଜିକରଣ ମେ ୯ ତାରିଖରୁ ଆରମ୍ଭ ହେବ ବୋଲି ଜାଣିବାକୁ ମିଳିଛି।

ବିଗ୍ ବି ଅମିତାଭ ବଚ୍ଚନ ତାଙ୍କ ଟ୍ବିଟର୍‌ ଆକାଉଣ୍ଟ୍‌ରେ ଏ ନେଇ ଘୋଷଣା କରିଛନ୍ତି। ସେ ଲେଖିଛନ୍ତି ଯେ ‘ଆପଣମାନଙ୍କ ପାଖକୁ ଏହି ସୋ’ ଖୁବ୍‌ ଶୀଘ୍ର ଫେରୁଛି।’

ସେ ତାଙ୍କ ଟ୍ବିଟ୍‌ ଆକାଉଣ୍ଟ୍‌ରେ ଏକ ଭିଡିଓ ମଧ୍ୟ ସେୟାର୍‌ କରିଛନ୍ତି। ଭିଡିଓରେ ସେ ଯାହା କହିଛନ୍ତି ତାହାର ମର୍ମ ହେଉଛି ସବୁ ଜିନିଷକୁ ବନ୍ଦ କରିପାରିବା ମାତ୍ର ସ୍ବପ୍ନକୁ ନୁହେଁ। ସ୍ବପ୍ନକୁ ସାକାର କରିବାକୁ ମେ ୯ ତାରିଖରୁ ସୋନି ଟିଭିରେ ଆସୁଛି ଆପଣଙ୍କ ପ୍ରିୟ ସୋ’ ‘କୌନ୍‌ ବନେଗା କରୋଡ଼ପତି’ର ପଞ୍ଜିକରଣ।’

ସମ୍ବନ୍ଧିତ ଖବର