ରିଲିଜ୍‌ ହେଲା ‘କେଦାରନାଥ’ର ଚତୁର୍ଥ ଗୀତ ‘ଜାନ୍‌ ନିସାର୍‌’

ମୁମ୍ବାଇ: ‘କେଦାରନାଥ’ ଚଳଚ୍ଚିତ୍ରର ଚତୁର୍ଥ ଗୀତ ଇତିମଧ୍ୟରେ ନିର୍ମାତାଙ୍କ ଦ୍ୱାରା ରିଲିଜ୍‌ ହୋଇଛି। ଚଳଚ୍ଚିତ୍ରଟିରେ ‘ନମୋ ନମୋ’ ନାମରେ ଏକ ଭଜନ, ଝୁମିଯିବା ପରି ଗୀତ ‘ସୁଇଟ୍‌ହାର୍ଟ’, ହୃଦୟସ୍ପର୍ଶୀ ଗୀତ ‘କ୍ୱାଫିରାନା’ ପୂର୍ବରୁ ରିଲିଜ୍‌ ହୋଇ ସାରିଥିବା ବେଳେ ଆଜି ଏକ ପ୍ରେମ ଗୀତ ‘ଜାନ୍‌ ନିସାର୍‌’ ରିଲିଜ୍‌ ହୋଇଛି। ଗୀତଟିକୁ ଗାଇଛନ୍ତି ଅରିଜିତ୍ ସିଂହ, ଲେଖିଛନ୍ତି ଅମିତ ଭଟାଚାର୍ଯ୍ୟ, ନିର୍ଦ୍ଦେଶନା ଦେଇଛନ୍ତି ଅମିତ୍‌ ତ୍ରିବେଦୀ।

୨୦୧୩ ମସିହାରେ ହୋଇଥିବା ବନ୍ୟା ହେତୁ କିପରି କେଦାରନାଥ ମନ୍ଦିର ପ୍ରଭାବିତ ହୋଇଛି ତାହା ଏଥିରେ ଦୃଶ୍ୟମାନ ହୋଇଛି। ଗୀତଟିରେ ବନ୍ୟା ଦୃଶ୍ୟ ଦେଖିବାକୁ ମିଳିଛି। ଚଳଚ୍ଚିତ୍ରରେ ନାୟକ ଭୂମିକାରେ ଅଛନ୍ତି ସୁଶାନ୍ତ ସିଂହ ରାଜପୁତ। ତାଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ଝିଅ ସାରା ଅଲ୍ଲୀ ଖାନ୍‌। ଚଳଚ୍ଚିତ୍ରଟି ଆଗାମୀ ମାସ ୭ ତାରିଖରେ ରିଲିଜ୍‌ ହେବାକୁ ଯାଉଛି। ପୂର୍ବରୁ ଏହାର ଟ୍ରେଲର୍‌ ରିଲିଜ୍‌ ହୋଇ ସାରିଛି। ଟ୍ରେଲର୍‌ ଦେଖିବା ପରେ ଚଳଚ୍ଚିତ୍ରଟିକୁ ଦେଖିବା ପାଇଁ ଦର୍ଶକଙ୍କ ଭିତରେ ଉତ୍ସୁକତା ବଢ଼ିଯାଇଛି।

ସମ୍ବନ୍ଧିତ ଖବର