ଓଡ଼ିଶାରେ କେଜିଏଫ୍‌ ୨: ଜାଣନ୍ତୁ ରାଜଧାନୀର କେଉଁ କେଉଁ ହଲ୍‌କୁ ଯିବେ

ଭୁବନେଶ୍ବର: ଆଜି ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର କେଜିଏଫ୍‌୨ ରିଲିଜ୍‌ ହେବା ପରେ ଓଡ଼ିଶାରେ ବି ଏହା ଖୁବ୍‌ ଜୋର୍‌ରେ ଜଲୱା ଦେଖାଇବା ଆରମ୍ଭ କରି ଦେଇଛି। ରାଜ୍ୟର କୋଣଅନୁକୋଣର ସିନେମା ହଲରେ ଏହି ଫିଲ୍ମ ପଡ଼ିଥିବା ବେଳେ ଭୁବନେଶ୍ବରରେ ସିନେପଲିସ୍‌, ଆଇନକ୍ସ(ଭବାନୀ ମଲ, ସିମ୍ଫୋନି ମଲ୍‌, ଡିଏନ୍‌ ରେଗାଲିଆ), ମହାରାଜା, ଏସ୍‌ କମ୍ପଲେକ୍ସ, କେଶରୀ ଆଦି ହଲ୍‌ରେ କେଜିଏଫ୍‌୨ ଦେଖିପାରିବେ।

ଏ ନେଇ ମହାରାଜା ସିନେମା ହଲ୍‌ର ମ୍ୟାନେଜର ଲିଙ୍ଗରାଜ ପଣ୍ଡା କୁହନ୍ତି, ‘କେଜିଏଫ୍‌କୁ ନେଇ କ୍ରେଜ ବଢୁଛି, ଭୁବନେଶ୍ୱରର ପ୍ରାୟ ସମସ୍ତ ହଲ ୭ ଦିନ ପାଇଁ ବୁକିଂ ହୋଇଯାଇଛି। ମହାରାଜାରେ ରାତି ୨:୫୦ ସୋ’ ଚାଲିଛି। ଆଜି ଆଉ ଆସନ୍ତାକାଲି ଦୁଇ ଦିନ ପାଇଁ ଏହି ସମୟରୁ ସୋ’ ଆରମ୍ଭ କରିଛି ମହାରାଜା ହଲ। ତାସହିତ ଯେଉଁ ଦର୍ଶକମାନେ ଫିଲ୍ମ ଦେଖିବା ପାଇଁ ସେମାନଙ୍କ ମନରେ ଅନେକ ଉତ୍ସାହ ଦେଖିବାକୁ ମିଳିଛି। ଚଳଚ୍ଚିତ୍ରର ସଂଳାପଠାରୁ ଆରମ୍ଭ କରି ଆକ୍ସନ ଦର୍ଶକଙ୍କ ମନ ଜିଣିବା ସହିତ କନ୍ନଡ ଷ୍ଟାର ୟଶଙ୍କ ପ୍ରଦର୍ଶନ ଆହୁରି ମନଲୋଭା ହୋଇଛି। ତାସହିତ କେଜିଏଫ୍୨ରେ ବଲିଉଡ୍ ଷ୍ଟାର ସଞ୍ଜୟ ଦତ୍ତ ଓ ରବିନା ଟଣ୍ଡନଙ୍କ ମଧ୍ୟ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି।’

ସମ୍ବନ୍ଧିତ ଖବର