ହଟ୍‌ ଡ୍ରେସ୍‌ ପିନ୍ଧି ଏକ୍‌ସପୋଜ୍‌ କରି ଟ୍ରୋଲ୍‌ ହେଲେ ଶ୍ରୀଦେବୀଙ୍କ ସାନ ଝିଅ !

ମୁମ୍ବାଇ: ଦିବଙ୍ଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ବଡ଼ ଝିଅ ଜାହ୍ନବୀ କପୁର ବଲିଉଡରେ ଚର୍ଚ୍ଚିତା ହେବାପରେ ତାଙ୍କ ସାନ ଝିଅ ଖୁସି କପୁର ମଧ୍ୟ ଚର୍ଚ୍ଚାରେ ରହିବାକୁ ଚାହୁଁଛନ୍ତି। ଏଥିପାଇଁ ଖୁସି ହଟ୍‌ ଡ୍ରେସ୍‌ ପିନ୍ଧି ସୋସିଆଲ୍‌ ମିଡିଆରେ ନିଜର ଫଟୋ ସେଆର୍‌ କରିଛନ୍ତି।
ଖୁସି ଏହି ହଟ୍‌ ଡ୍ରେସ୍‌ରେ ଖୁବ୍‌ ହଟ୍‌ ଦିଶୁଛନ୍ତି। ସେ କୌଣସି ବଲିଉଡ ଡିଭାଙ୍କ ଠାରୁ କମ୍‌ ମନେ ହେଉ ନାହାନ୍ତି। ଖୁସିଙ୍କ ଏହି ଲୁକ୍‌କୁ କେତେକ ପସନ୍ଦ କରିଛନ୍ତି ଓ ସେମାନେ ମତ ଦେଇ କହିଛନ୍ତି ଯେ, ଅନ୍ୟ ଷ୍ଟାର କିଡ଼ମାନଙ୍କୁ ଖୁସି ମାତ୍‌ ଦେଉଛନ୍ତି।

ଅପରପକ୍ଷରେ ଅନ୍ୟ କେତେକ ଲୋକଙ୍କୁ ଖୁସିଙ୍କର ହଟ୍‌ ଲୁକ୍‌ ପସନ୍ଦ ହୋଇନାହିଁ। ସେମାନେ ଖୁସିଙ୍କୁ ଟ୍ରୋଲ୍‌ କରିଛନ୍ତି। ଜଣେ ଟ୍ରୋଲର ଦିବଙ୍ଗତ ଶ୍ରୀବେଦୀଙ୍କ ସହିତ ଖୁସିଙ୍କୁ ଯୋଡ଼ିଛନ୍ତି। ସେ ଉଲ୍ଲେଖ କରିଛନ୍ତି କି ଶ୍ରୀଦେବୀଙ୍କ ମୃତ୍ୟୁ ପରେ ଖୁସି ଭୁଲ୍‌ ରାସ୍ତାରେ ଯାଇଛନ୍ତି। ଆଉ କେତେକ ଟ୍ରୋଲର୍‌ ଖୁସିଙ୍କୁ ଥଟ୍ଟା ପରିହାସ ବି କରିଛନ୍ତି। ଜଣେ ଲେଖିଛନ୍ତି ‘ଆଉ କେତେ ଏକ୍‌ସପୋଜ୍‌ କରିବେ ଖୁସି!’ଆଉ ଜଣେ ଟ୍ରୋଲର୍‌ ଲେଖିଛନ୍ତି ‘ଯଦି ଆଜି ଶ୍ରୀବେଦୀ ଜୀବିତ ଥାଆନ୍ତେ,ତେବେ ସେ ନିଜ ଝିଅମାନଙ୍କୁ ଏଭଳି ହଟ୍‌ ପୋଷାକ ପିନ୍ଧିବାକୁ ଦେଇ ନ ଥାନ୍ତେ।

ଏହା ପୂର୍ବରୁ ଖୁସିଙ୍କ ବଡ଼ ଭଉଣୀ ଜାହ୍ନବୀ କପୁରଙ୍କୁ ମଧ୍ୟ ଟ୍ରୋଲ୍‌ କରାଯାଇଛି।

ସମ୍ବନ୍ଧିତ ଖବର