ରଣବୀରଙ୍କ ବାପା ଏହି ପଦେ କଥା କହି ବୋହୂ ଦୀପିକାଙ୍କୁ ସ୍ୱାଗତ କଲେ, ଜାଣନ୍ତୁ ସେ କ’ଣ କହିଥିଲେ
ମୁମ୍ବାଇ: ଏହି ଭଳି ଭାବେ ନିଜ ବୋହୂକୁ ସ୍ୱାଗତ କରିଛନ୍ତି ଅଭିନେତା ରଣବୀର ସିଂଙ୍କ ବାପା ଜଗ୍ଜିତ୍ ସିଂ ଭବାନୀ। ବୋହୂ ଦୀପିକାଙ୍କୁ ବିବାହ ପରେ ଶ୍ୱଶୁର ଜଗଜିତ ସିଂ ଭବାନୀ ସ୍ୱାଗତ କରିବା ବେଳେ କହିଥିଲେ-‘ଦିଓ୍ଵାନୀ ତୋ ଭବାନୀ ହୋଗୟି।’ ଏପରି କହିବାର ଅର୍ଥ ହେଲା ସିନେତାରକା ରଣବୀର ସିଂଙ୍କ ପୂରା ନାମ ହେଉଛି ରଣବୀର ସିଂ ଭବାନୀ। ତେଣୁ ତାଙ୍କୁ ବିବାହ କରିବା ପରେ ଦୀପିକାଙ୍କ ସାଙ୍ଗିଆ ବି ଭବାନୀ ହୋଇଗଲା ଏବଂ ସେ ଭବାନୀ ପରିବାରର ସଦସ୍ୟ ବନିଗଲେ।
Sambad is now on WhatsApp
Join and get latest news updates delivered to you via WhatsApp
ତେବେ ଏହି ସୂଚନା ରଣବୀରଙ୍କ ବ୍ୟକ୍ତିଗତ ଷ୍ଟାଇଲିଷ୍ଟ ନିତିଶା ଗୌରବଙ୍କ ଟ୍ଵିଟ୍ରୁ ଜାଣିବାକୁ ମିଳିଛି। ସେ ରଣବୀର-ଦୀପିକାଙ୍କ ଦୁଇଟଇ ଫଟୋ ସୋସିଆଲ ମିଡିଆରେ ସେୟାର କରିବା ସହ ସଂକ୍ଷେପରେ ଉପରୋକ୍ତ ମନ୍ତବ୍ୟ ଦେଇଥିଲେ।
ଗତ ୧୪ ଓ ୧୫ ତାରିଖରେ ପ୍ରଥମେ କୋଙ୍କଣୀ ଓ ପରେ ସିନ୍ଧୀ ଶୈଳୀରେ ଇଟାଲିର ଲେକ୍ କେମୋ ଠାରେ ବଲିଉଡ୍ର ଦୁଇ ସଫଳ ତାରକା ରଣବୀର ସିଂ ଓ ଦୀପିକା ପାଦୁକୋନ୍ଙ୍କ ବିବାହ ସଂପନ୍ନ ହୋଇଛି।
ନଭେମ୍ବର ୧୮ରେ ରଣବୀର-ଦୀପିକା ଭାରତ ଫେରିବେ ଓ ଦୁଇଟି ବିବାହ ଭୋଜି ଦେବେ। ନଭେମ୍ବର ୨୧ରେ ପାଦୁକୋନ୍ ପରିବାର ବେଙ୍ଗାଲୁରୁରେ ଏବଂ ନଭେମ୍ବର ୨୮ରେ ସିଂ ପରିବାର ମୁମ୍ବାଇରେ ରିସେପ୍ସନ୍ ପାର୍ଟି ଆୟୋଜନ ହେବ।