ଆମୀରଙ୍କ କ୍ୟାରିୟର ଶେଷ, ଏବେ ଶାହରୁଖ ଓ ସଲମାନଙ୍କ ପାଳି: କେଆରକେ

ମୁମ୍ବାଇ: ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଆମୀର ଖାନଙ୍କ ଫିଲ୍ମ ଲାଲ ସିଂ ଚଢ଼ାକୁ ନେଇ ବହୁତ ଆଶା ରଖିଥିଲେ ତାଙ୍କ ପ୍ରଶଂସକ। ରିଲିଜ୍ ପୂର୍ବରୁ ଫିଲ୍ମକୁ ବଏକଟ କରିବା ପାଇଁ ଅଭିଯାନ ଆରମ୍ଭ ହେବା ପରେ ରିଲିଜ୍ ପରେ ଏହାର ପ୍ରଭାବ ଫିଲ୍ମ ଉପରେ ପଡ଼ିଥିଲା। ରିଲିଜର ୪ଦିନ ପରେ ବି ଫିଲ୍ମଟି ଭଲ ବ୍ୟବସାୟ କରିପାରିନଥିବା ବେଳେ ନିରାଶ ହୋଇଛନ୍ତି ଆମୀରଙ୍କ ପ୍ରଶଂସକ। ଅନ୍ୟପକ୍ଷରେ ଫିଲ୍ମର ଏଭଳି ଖରାପ ପ୍ରଦର୍ଶନକୁ ଦେଖି ଆମୀରଙ୍କ କ୍ୟାରିୟର ଶେଷ ବୋଲି କହିଛନ୍ତି କମଲ ଆର ଖାନ(କେଆରକେ) ।

ଟ୍ବିଟ କରି ସେ ଆମୀର, ସଲମାନ ଓ ଶାହାରୁଖ ଖାନଙ୍କୁ ଟାର୍ଗେଟ କରିଛନ୍ତି। ଆମୀର ଖାନଙ୍କ କ୍ୟାରିୟର ଶେଷ ହୋଇଛି ବୋଲି ଦାବି କରିବା ସହ କେ.ଆର.କେ ଶାହାରୁଖ ଖାନଙ୍କୁ ଚେତାବନୀ ଦେଇଛନ୍ତି। ଆମୀର ଖାନଙ୍କ ଲାଲ ସିଂ ଚଢ଼ା ଖରାପ ବ୍ୟବସାୟ କରିବା ପରେ କେ.ଆର.କେ ସଲମାନ ଏବଂ ଶାହାରୁଖଙ୍କୁ ଶୀଘ୍ର ଫିଲ୍ମ ରିଲିଜ କରିବାକୁ କହିଛନ୍ତି।

କେଆରକେ ତାଙ୍କ ଟ୍ୱିଟରେ ସଲମାନ ଖାନଙ୍କ ନାମ ଉଲ୍ଲେଖ କରି ନାହାଁନ୍ତି, କିନ୍ତୁ ତାଙ୍କ ଲେଖା ଶୈଳୀରୁ ଏହା ସ୍ପଷ୍ଟ ହୋଇଛି ଯେ ସେ ଟ୍ୱିଟରେ ସଲମାନଙ୍କ ବିଷୟରେ କହିଛନ୍ତି। ସେ କହିଥିବା ଟ୍ବିଟରେ ଲେଖାଯାଇଛି ଯେ, ଭାଇଜାନ ଶାହାରୁଖ ଖାନ୍ ଏବେ ଆମୀରଙ୍କ କ୍ୟାରିୟର ଶେଷ ହୋଇଛି। ଏବେ ଖାଲି ଆପଣଙ୍କର ଏବଂ ସେ ବୁଢ଼ାର ଫିଲ୍ମ ରିଲିଜକୁ ଅପେକ୍ଷା। ଶୀଘ୍ର ରିଲିଜ୍ କର। ଅପେକ୍ଷା କରିପାରୁନାହିଁ।

ସମ୍ବନ୍ଧିତ ଖବର